ସାକ୍ଷୀଗୋପାଳ- ବ୍ରହ୍ମଗିରି- ଶୁକଳ ରାସ୍ତା ଏବେ ମରଣଯନ୍ତ୍ରା ସାଜିଛି
ସାକ୍ଷୀଗୋପାଳ,--- ସାକ୍ଷୀଗୋପାଳ ଓଭରବ୍ରିଜ ଠାରୁ ସାକ୍ଷୀଗୋପାଳ ମନ୍ଦିର ଦେଇ ଯାଇଥିବା ବ୍ରହ୍ମଗିରି- ଶୁକଳ- ଅଳଗୁମ - କଣାସ ରାସ୍ତାଟି ଏବେ ମରଣଯନ୍ତ୍ରୀ ସାଜିଛି । ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ ଅଧୀନରେ ରହିଛି ଏହି ରାସ୍ତାଟି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାର ଗାଡି ମଟର ଯାଆସ କରୁଛି । ଏପରିକି ହାଇସ୍କୁଲ, କଲେଜ, ବାଳିକା ବିଦ୍ୟାଳୟ, ସିଟି ସ୍କୁଲ ସହିତ ଓଡିଆ ବିଶ୍ୱବିଦ୍ୟାଳୟ ରହିଛି । ସେହିପରି ଏହି ରାସ୍ତାଟି ସାକ୍ଷୀଗୋପାଳ ବଡ ବଜାର ସହିତ ସାକ୍ଷୀଗୋପାଳ ମନ୍ଦିରକୁ ରହିଛି । ଯାହାକି ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ତିର୍ଥଯାତ୍ରୀ ଆସିଥାନ୍ତି । ୩୧୬ନଂ ଜାତୀୟ ରାଜପଥ ରୁ ଏହି ରାସ୍ତାକୁ ଆସିବା ମାତ୍ରେ ଗାଡି ଚାଳକ ମାନେ ଭୟଭୀତରେ ଗାଡି ଚଳାଇଥାନ୍ତି । ଅନେକ ଯାଗାରେ ପାଣି ସାଙ୍ଗକୁ ଖାଲ ଖମାରେ ରାସ୍ତା ପରିପୂର୍ଣ୍ଣ ହୋଇପଡିଛି । ବିଶେଷ କରି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର ସମ୍ମୁଖ ଓ ପୁରୁଣା ମାଛ ହାଟ ନିକଟରେ ରାସ୍ତା ଖାଲ ଖମା ହୋଇ ପଡିଥିଲା । ନିର୍ବାଚନ ପରେ ପରେ ଠିକାଦାରଙ୍କ ମାଧ୍ୟମରେ ଡଷ୍ଟଗୁଣ୍ଡ ଗୋଡି ପକାଇ ଖାଲ ଖମା ପରିପୂର୍ଣ୍ଣ କରାଯାଇଥିଲା । ଲଘୁଚାପ ଜନିତ ବର୍ଷା ଯୋଗୁ ପଡିଥିବା ଡଷ୍ଟ ଗୁଣ୍ଡ ଗୁଡିକ ଧୋଇ ଯିବା ସହ ଗୋଡି ଗୁଡିକ ଦବି ଗଲା ଯାହାକି ଅନେକ ଯାଗାରେ ଖାଲ ଖମା ପରିପୂର୍ଣ୍ଣ ହେବା ସହ ଏବେ ମରଣଯନ୍ତ୍ର ସାଜିଛି । ଏପରିକି ବସଷ୍ଟାଣ୍ଡ ଠାରୁ ରତ୍ନଚିରା ନଦୀ ପୋଲ ପର୍ଯ୍ୟନ୍ତ ଅନେକ ଯାଗାରେ ଖଶଲ ଖମା ସୃଷ୍ଟି ହୋଇଛି । ଏବେ ମୁଖ୍ୟ ସମସ୍ୟା ହୋଇଛି ଗାଡି ମଟର ଯିବା ଆସିବା କରିବା ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟିବା ସହ ଖାଲ ଖମାରେ ଲୋକମାନେ ପଡି ଆହତ ହେଉଛନ୍ତି । ପାଣି ଛିଟିକାକୁ ନେଇ ଅନେକ ସମୟରେ ପାଟିତୁଣ୍ଡ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଜେଇ ମାନସ ରଞ୍ଜନ ମଲିକଙ୍କୁ ପଚାରିବାରୁ ସେ କହନ୍ତି ରାସ୍ତାରେ ପ୍ୟାଚ ପକାଇବା କାମ କରିବା ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର ଅଧିକ ସମସ୍ୟା ଦେଖାଗଲା । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପରାମର୍ଶ କ୍ରମେ ଉକ୍ତ ରାସ୍ତା କାମ ପାଇଁ ୫୦ ଲକ୍ଷଟଙ୍କାର ଏକ ଏଷ୍ଟମେଣ୍ଟ କରାଯାଇଛି । ଏବେ ଟେ୍ଣ୍ଡର ପ୍ରକିୟା ରହିଛି । ବହୁ ଶିଘ୍ର ଟେଣ୍ଡର ହୋଇଗଲେ କାମ ୧୫ ଦିନ ମଧ୍ୟରେ ସରିବାର ଲକ୍ଷ୍ୟ ରଖାଯାଇଛି । ଏବେ ଯେଉଁ ରାସ୍ତା କାମ କରାଯିବ ଉକ୍ତ ରାସ୍ତା ଦୁଇ ବର୍ଷରୁ ଅଧିକ ଦିନ ଯିବ । ବିଶେଷ କରି କାମ ସମୟରେ ବ୍ୟବସାୟୀ ଓ ଜନସାଧାରଣ ସହଯୋଗ କରିଲେ କାମ ଭଲ ହେବା ସହ ବହୁ ଶିଘ୍ର ସରିବ ବୋଲି ବିଭାଗୀୟ ଜେଇ ଶ୍ରୀ ମଲିକ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୯/୨୦୨୪---୭,୧୫ Sakhigopal News, 27/9/2024