Breaking News

ଅର୍ଜ୍ଜୁଣ୍ଡା କୃଷକ ସଙ୍ଗଠନ ପକ୍ଷରୁ ମାର୍କେଟ ୟାର୍ଡ ଠାରେ ନୂଆଁଖାଇ ଭେଟଘାଟ




  ବରଗଡ଼ --- ବରଗଡ ଜିଲା ଭେଡେନ ବ୍ଲକ ଅଧିନ ଅର୍ଜ୍ଜୁଣ୍ଡା ମାର୍କେଟୟାର୍ଡ ଠାରେ କୃଷକ ସଂଗଠନ ଅର୍ଜ୍ଜୁଣ୍ଡା ପଞ୍ଚାୟତ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର,ବ୍ଲକ କୃଷକ ସଂଗଠନର ସଭାପତି ତଥା ସାହିତ୍ୟିକ ,କବି ଉତ୍ପନ ଭୋଇ,ଡାକ୍ତର ଶଙ୍କର ରାମଚନ୍ଦାନୀ ,ସମ୍ବଲପୁରୀ ହାସ୍ୟ କବି ଦେବେନ୍ଦ୍ର ସାହୁ,କୋଶଲୀ କବି ଲକ୍ଷ୍ମଣ ମଲ୍ଲିକ ,କବି ଉମେଶ ପଧାନ,ବ୍ଲକ କୃଷକ ସଂଗଠନର ସମ୍ପାଦକ ସୁଦାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ   | ନୂଆଖାଇ ଭେଟଘାଟର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ମତପ୍ରକାଶ କରିଥିଲେ |କବି ଲଖ୍ମଣ ମଲ୍ଲିକ ନୂଆଖାଇ କବିତା ପରିବେଷଣ କରିଥିଲେ  ଓ ହାସ୍ୟକବି ଦେବେନ୍ଦ୍ର ସାହୁ ହାସ୍ୟକବିତା ପରିବେଷଣ କରିଥିଲେ |ଏହି କାର୍ଯ୍ୟକ୍ରମରେ ଆନନ୍ଦ ବେହେରା,ସୀତାରାମ ବନଛୁର,ରାଜେଶ ରଞ୍ଜନ ପାଢୀ,ବିଜନ ପାଢୀ,ଯୁମେଶ ବେହେରା,ସୁଧାଂଶୁ ଦୀପ,ରବି ଦୀପ,ସୁନୀଲ ରଣା,ନିରଜଂନ ବନଛୁର,ନରେନ୍ଦ୍ର ଭୁଏ,ସୁରେଶ ମାଝି,ମଣ୍ଟୁ ହୋତା ପ୍ରମୁଖ ସହଯୋଗ କରିଥିଲେ | ଅର୍ଜ୍ଜୁଣ୍ଡା ପଞ୍ଚାୟତର ସମସ୍ତ ଚାଷୀମାନେ ଏକତ୍ରିତ ହୋଇ ପ୍ରସାଦ ସେବନ କରିଥିଲେ |
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୯/୨୦୨୪----୯,୩୫ Sakhigopal News,18/9/2024

Blog Archive

Popular Posts