Breaking News

୧୧ ଦିନ ପୂଜା ପରେ ଭକ୍ତଙ୍କ ଠାରୁ ମେଲାଣି ନେଲେ ଗଣପତି


ଜଟଣୀ :-- ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଭଷାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପାରମ୍ପରିକ ବାଦ୍ୟରେ ଦୁଲକିଲା ସହର l ୪୦ ରୁ ଉର୍ଦ୍ଧ ପୂଜା ମଣ୍ଡପରୁ ଦୀର୍ଘ ୧୧ ଦିନ ପୂଜା ପରେ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ବିଦାୟ ନେଲେ ପ୍ରଭୁ ଗଜାନନ l ସହରର ମୁଖ୍ୟ ୧୩ ଟି ପୂଜା ମଣ୍ଡପ ମେଡିକାଲ ଛକ, ଗୋପବନ୍ଧୁ ଛକ, ହରିଭାଇନା ଛକ, ମହୁଲଗୁଡ଼ିଆ ଛକ, ଥାନା ଛକ, ପୋଷ୍ଟ ଅଫିସ ଛକ, ସୀତାରାମ ଛକ, ବଡବଜାର ମାଛ ମାର୍କେଟ, ରାଜାବଜାର, ନୀଳଚକ୍ର ମାର୍କେଟ, ଗୋଲେଇ ମାର୍କେଟ, କୁଦିଆରୀ ବଜାର, ହାଟବଜାର,ରେତଙ୍ଗ କଲୋନୀ ପ୍ରଭୁତି ମଣ୍ଡପର ମେଢ଼ କ୍ରମାନ୍ୱୟରେ ସୀତାରାମ ଛକ ରେ ହରିହର ଭେଟ ହୋଇ ବିସର୍ଜନ ସ୍ଥଳୀକୁ ଗତି କରିଛନ୍ତି l ଏହି ସମୟରେ ପ୍ରତ୍ୟକ ପୂଜା ମଣ୍ଡପର ବିସର୍ଜନ ସାଜସଜ୍ଜା ଏବଂ ପାରମ୍ପରିକ ବାଦ୍ୟ, ନୁର୍ତ୍ୟ ଦେଖିବା ପାଇଁ ସୀତାରାମ ଛକରୁ ହରିଭାଇନା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଭକ୍ତ ଏକାଠି ହୋଇ ଖୁସି ମନରେ ଗଜାନନ ଙ୍କୁ ବିଦାୟ ଦେଇଥାନ୍ତି l ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ ସୁରକ୍ଷା ବଳ ଏବଂ ଏସପି ଓ ଡ଼ିଏସପି ରାଙ୍କର ଅଧିକାରୀ ମାନେ ଉପସ୍ଥିତ ରହି ସମାଗମକୁ ନିୟନ୍ତ୍ରିତ କରିଥିଲେ l ଭସାଣି ଉତ୍ସବ କମିଟିର ସଭାପତି ପୂର୍ବତନ ପୌରାଧକ୍ଷ ସଂଗ୍ରାମ କେଶରୀ ରାଉତରାୟଙ୍କ ତତ୍ୱାବଧାନରେ ରୀତିନୀତି ଅନୁଯାଇ ପ୍ରତ୍ୟକ ଠାକୁରଙ୍କୁ ଫୁଲମାଳ,ଫଗୁ, ଅବିର ଦେଇ ପ୍ରତ୍ୟକ ପୂଜା କମିଟିକୁ ସ୍ୱାଗତ ଜଣାଇ ଭୋଗ କୁଡୁଆ ଅର୍ପଣ କରି ଗଜାନନଙ୍କୁ ମେଲାଣି ଦେବା ପରମ୍ପରା ବଜାଇ ରଖିଛନ୍ତି l ସେହି ପରି ସ୍ଥନୀୟ ସୀତାରାମ ଛକ ରୁ ଆରମ୍ଭ କରି ହରିଭାଇନା ଛକ ମଧ୍ୟରେ ସହରର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଞ୍ଚା ବାନ୍ଧି ପ୍ରତ୍ୟକ କମିଟିକୁ ସମ୍ବର୍ଦ୍ଧନା ଦେଇ ଗଜାନନ ଙ୍କୁ ମେଲାଣି ଦେଇଛନ୍ତି l ସମସ୍ତ ପୂଜା ମଣ୍ଡପ ତରଫରୁ ସମ୍ବଲପୁରୀ, ପଂଜାବୀ ବିଟ୍ସ, ନାଗା, ଘୋଡା ନାଚ, କଳଘୋଡା, ବୁଢ଼ା ବୁଢ଼ୀ, ସିଂଘ ବାଜା ସାଙ୍ଗକୁ ସୁଦୂରରୁ ଆସିଥିବା ଓଜୟିନୀ ମହାକାଳ ଦମ୍ବୁରୁ ନୁର୍ତ୍ୟ, ଦିଲ୍ଲୀର ମହାକାଳୀ ନୁର୍ତ୍ୟ, ରାଜସ୍ଥାନର ଫେୟାର ନୁର୍ତ୍ୟ, ୱେଷ୍ଟ ବେଙ୍ଗଲର ମାୟାପୁରି ନୁର୍ତ୍ୟ ଆଦି ଭଷାଣି ଓ ପାଲଟନ ମଧ୍ୟରେ ବିଦାୟ ନେଲେ ଗଣପତି l ଅପେକ୍ଷା ପୁଣି ୨୦୨୫ ବର୍ଷକୁ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୪-----୯,୪୫ 

Blog Archive

Popular Posts