Breaking News

ଅଳଗୁମର ମା ଜାଗେଶ୍ୱରୀଙ୍କ ପ୍ରସିଦ୍ଧ ବାରଦିନ କାଠିଯାତ୍ରା ଶେଷ ;ମନସ୍କାମନା ପୂର୍ଣ୍ଣ ପାଇଁ ପଡିଲେ ଗୁହାରିଆ

 


  ସାକ୍ଷୀଗୋପାଳ---  ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ମଣିଷ ସେହି ଗୁଣି ଗାରେଡି ସହିତ ଠାକୁରାଣୀଙ୍କ କାଳେସି ଉପରେ ରଖିଛି ବିଶ୍ୱାସ ।  ମଣିଷ ସବୁ ଜାଣିଲା ପରେ ମଧ୍ୟ ସମୟ ଅନୁସାରେ ସବୁକିଛି ସେହି ଠାକୁର ଠାକୁରାଣୀଙ୍କ କାଳେସି ଉପରେ ବିଶ୍ୱାସ ରଖିଥାଏ । ଖାଲି ମଣିଷ କେବେ ହେଲେ ୨୨ ହାତ ଲମ୍ବାର ଏକ କାଠଦଣ୍ଡ ଉପରେ ଚଡିବା ସମ୍ବବପରନୁହେଁ  ବୋଲି ଲୋକଙ୍କ ମନରେ ରହିଛି ଆଶଙ୍କା । କିଛି ଶକ୍ତି ନଥିଲେ କାହାରି ଆଶା ବା ନଧରି ଏତେ ଉଚ୍ଚ କାଠ ଦଣ୍ଡ ଉପରେ ଠିଆ ହୋଇ ଭକ୍ତ ମାନଙ୍କୁ ସେମାନଙ୍କର ମାନସିକ ପୂର୍ଣ୍ଣ ହେବ ବୋଲି ଆଶ୍ୱସନା ଦେବା କାଠିକର ପାଠ ହୁଅନ୍ତା ବୋଲି ଏବେ ବି ଜନମାନସରେ ରହିଛି ବିଶ୍ୱାସ । ସେ ଯାହା କିଛି ହେଉନା କାହିଁକି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଅଳଗୁମ ଗ୍ରାମ ସ୍ଥିତ  ଆରଧ୍ୟ ଦେବୀ  ମା’ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ବୁଧବାର ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ଠାକୁରାଣୀଙ୍କ କଥା ଅନ୍ୟ ଠାକୁରାଣୀଙ୍କ ଠାରୁ ନିଆରା । ମାଙ୍କର ବର୍ଷକୁ ୧୨ ଦିନ ଆଖି ଖୋଲାଯାଇଥାଏ । ଅନ୍ୟ ଦିନରେ ମାଙ୍କ ଆଖିରେ ବିରିବଟାଯାବ ଦିଆଯାଇଥାଏ । ଭାଦ୍ରବ ମାସ ଷଷ୍ଠୀ ତିଥିରେ ମାଙ୍କ ଆଖିରୁ ଯାବ ଖୋଲାଯିବା ପରେ ପ୍ରଥମେ ମା ଖଣ୍ଡାୟତ ସାହିରେ ଭୋଗ ଖାଇଥାନ୍ତି । ଦୁଆରି ଭୋଗ ଲାଗିବା ସମୟରେ ମାଙ୍କୁ ଭୋଗ ଭାବରେ ନିଶ୍ଚିତ  ଆମିଷ ଭୋଗ ଓ ମଣ୍ଡାପିଠା ଭୋଗ ଅର୍ପଣ କରାଯାଇଥାଏ ।  ଏହି ଯାତ୍ରାପର୍ବ ୧୨ ଦିନ ଧରି ଚାଲିଥାଏ । ଏଥିଯୋଗୁ ବାରଦିନ ଅଳଗୁମ ବାରପଡାରେ ଭାଇଚାରର ସମ୍ପର୍କ ଯୋଡି ହୋଇଥାଏ ।  ମା’ଙ୍କର ବିଜେ ପ୍ରତିମା ବୁଧବାର ଦିନ ମଧ୍ୟାହ୍ନରେ ମନ୍ଦିରକୁ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ, କାହାଳୀ, ଢୋଲ, ମହୁରୀ, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ୨୨ ହାତ ୨୨ ଆଙ୍ଗୁଳି ଲମ୍ବ ବିଶିଷ୍ଟ ଏକ ଶାଳ ଗଣ୍ଡ କାଠର ଅଗ୍ର ଭାଗରେ ମାଙ୍କ ଠାରୁ ଆସିଥିବା ଆଜ୍ଞାଫୁଲମାଳ ବନ୍ଧା ଯାଇଥିଲା ।  ଶହଶହ ସଂଖ୍ୟାରେ ଶାଢ଼ୀ ଗୁଡିକ ମହାରଣା ସେବକମାନେ ଉକ୍ତ ଶାଳକାଠିରେ ବାନ୍ଧିଥାନ୍ତି । ଭକ୍ତ ମାନଙ୍କ ଗହଣରେ କାଠିଟିକୁ ମନ୍ଦିର ଠାରୁ ଏକ କିଲୋମିଟର ଦୂର ବାରବାଟୀ ପଡିଆକୁ ବିରାଟ ପଟୁଆରରେ ନିଆଯାଇଥିଲା । ପଡିଆରେ କାଠିଯାତ୍ରା ଦେଖିବା ପାଇଁ ହଜାର ହଜାର ପୁରୁଷ ମହିଳା ଶ୍ରଦ୍ଧାଳୁ ଜମା ହୋଇଥିଲେ ।  ମା’ଙ୍କୁ ମହାପ୍ରସାଦ, ପଣା, ପଇଡ ପୂଜାରୀ ସେବକ ମାନେ ସମର୍ପଣ କରିଥିଲେ । ସେହି ୨୨ହାତ ଓ ୨୨ ଆଙ୍ଗୁଳି ବିଶିଷ୍ଟ କାଠିଉପରେ ବସି ଦେବୀଙ୍କ ଶକ୍ତିଧାରୀ କାଳେସି  ଗୁହାରିଆ ପଡିଥିବା ବିଭିନ୍ନ ଅଞ୍ଚଳର ମାନସିକ ଧାରୀଙ୍କୁ  ଆଶ୍ୱସନା ଦେବାସହ ପ୍ରସାଦ ଭାବରେ ଫୁଲ ଦେଇଥିବାର ପରମ୍ପରା ଚାଲିଆସୁଛି ।ଏ ବର୍ଷ ମାଙ୍କର  ସୁରେନ୍ଦ୍ର ବରାଳ କାଳେସି  ହୋଇ କାଠି ଉପରକୁ ଉଠିଥିଲେ ।  ମାଙ୍କ ମହିମା ଏବେ ବି ଅତୁଟ ରହିଛି ।  ମାଙ୍କ କାଳେସି ଗୁହାରିଆ ପଡିଥିବା ଓ କାଠିଯାତ୍ରା ପଡିଆରେ ଥିବା ଶ୍ରଦ୍ଧାଳୁ ମାନଙ୍କୁ ଫୁଲ, ପାଦୁକ ଦେଇ ମାଙ୍କର ଆର୍ଶିବାଦ ଦେଇଥିଲେ । ସଂନ୍ଧ୍ୟାରେ କାଠି ବାରବାଟି ପଡିଆରୁ ମନ୍ଦିରକୁ ଫେରିଥିଲା । ମନ୍ଦିରରେ ମାଙ୍କର ନୀତିକାନ୍ତି ସରିବା ପରେ ମାଙ୍କ ବିଜେ ପ୍ରତିମା ସୁରାଲାଗି ନି୍‌ିତି ନିମନ୍ତେ ସୁରାଲାଗି ବରଗଛ ମୂଳରେ ରାତ୍ରି ଯାପନ କରିଥିଲେ ।  ଏହି ଅବସରରେ ମନ୍ଦିର ଆଖପାଖରେ ଖୋଲିଥିବା ବଜାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଣାବିକା ଲାଗିଥିଲା । ଆସନ୍ତା କାଳି ମାଙ୍କର ହେବ ସୁନାବେଶ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୯/୨୦୨୪---୭,୨୫      Sakhigopal News, 18/9/2024

Blog Archive

Popular Posts