Breaking News

ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସାଧାରଣ ଅଧିବେଶନ





 ବରଗଡ଼ ---- ସମାଜର ହିତ ତଥା ପ୍ରଗତି ଦିଗରେ ପ୍ରାଣୀ ପାଳନର ଆବଶ୍ୟକତା ରହିଛି ତଥା ଏଥିପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଏଲ ଆଇ ମାନଙ୍କ ଯୋଗଦାନ ମହତ୍ୱପୂଣ୍ଣ  । ବରଗଡ଼ ଜିଲ୍ଲାର ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ତ୍ରୟ ବାର୍ଷିକ ସାଧାରଣ ସଭାରେ ଏହି ମତ ପ୍ରକାଶ ପାଇଛି I ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ତଥା ସମ୍ପାଦକ ଦିଲ୍ଲୀପ କୁମାର ଦେବତାଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନୀଳମଣି ଦୀପ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଘର ସମସ୍ୟା ଓ ନ୍ୟା୍ୟୋଚିତ ଦାବୀଗୁଡିକ ପ୍ରତି ସୁଵିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ I ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଝାରସୁଗୁଡା ଜିଲ୍ଲା ସଭାପତି ଚକ୍ରଧର ବୈଗା, ସମ୍ପାଦକ ସୁରସେନ ଭୋଇ, ସମ୍ବଲପୁର ଜିଲ୍ଲା ସଭାପତି ଅରବିନ୍ଦ ତ୍ରିପାଠୀ, ସମ୍ପାଦକ ସମୀର ଗୁପ୍ତା, କିଶୋର କୁମାର ବାଗ, ବଲାଙ୍ଗୀର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲୁଣ୍ଡୁ ଛତ୍ରିଆ ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ I 
ଏହି ଅବସରରେ ଆଗାମୀ ତିନି ବର୍ଷ ପାଇଁ ବରଗଡ଼ ଜିଲ୍ଲାର କର୍ମକର୍ତ୍ତା ଚୟନ କରାଯାଇଥିଲା I ଏଥିରେ ଦିଲ୍ଲୀପ କୁମାର ଦେବତା ସଭାପତି, ଯଶୋବନ୍ତ ସାହୁ ଓ ଅହଲ୍ୟା ପ୍ରଧାନ ଉପସଭାପତି, ନାରାୟଣ ପଧାନ ସାଧାରଣ ସମ୍ପାଦକ, ସୁଶାନ୍ତ ମେହେର ସଂଗଠନ ସମ୍ପାଦକ, କାର୍ତ୍ତିକ ସାହୁ କୋଷାଧ୍ୟକ୍ଷ, ପ୍ରଦୀପ ସାହୁ, ରୋହିତ ସାହୁ, ବୀରେନ୍ଦ୍ର ଅଦIବର, ଆଲୋକ ନାରଙ୍ଗ କାର୍ଯ୍ୟକାରୀ କମିଟି ସଭ୍ୟ ତଥା କିଶୋର ଚନ୍ଦ୍ର ପାଢ଼ୀ, ଗୋପାଳ ମେହେର ଓ ସାଗର ଚୌହାନ ଉପଦେଷ୍ଟା ମଣ୍ଡଳୀ ସଭ୍ୟଭାବେ ମନୋନୀତ ହୋଇଥିଲେ I
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୯/୨୦୨୪ ----୮,୫୫ Sakhigopal News,20/9/2024

Blog Archive

Popular Posts