କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ
କୋଣାର୍କ ---- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ । ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶ କ୍ରମେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ପୂର୍ବାହ୍ନରେ ଏନ୍ଏସିର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱଛତା ହିଁ ସେବା ରଥର ଶୁଭାରମ୍ଭ କରାଯାଇଥିଲା । ଏଥିସହ କଲ୍ୟାଣ ମଣ୍ଡପ ପରିସରରେ ବରିଷ୍ଟ ନାଗରିକମାନଙ୍କୁ ନେଇ ବୃକ୍ଷ ରୋପଣ କରାଯାଇଥିବା ବେଳେ ସ୍ବଚ୍ଛତା ସମ୍ପର୍କରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ସଚେତନତା ରଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ କୋଣାର୍କ ଏନ୍ଏସିର ୧୩ଟି ଓ୍ବାର୍ଡକୁ ଯାଇ ଲୋକଙ୍କୁ ସଚେତନ କରିବାର କାର୍ଯକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ଓ ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳଙ୍କ ସମେତ କୋଣାର୍କ ଅଞ୍ଚଳର ବରିଷ୍ଟ ନାଗରିକ, ସ୍ବଛସାଥି, ସଫେଇ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତ୍ୟେକଙ୍କ ପାଇଁ ସ୍ୱଛତା ଜରୁରୀ । ନିଜେ, ନିଜ ପରିବାର, ନିଜ ପରିସର ସ୍ୱଛ ରଖିଲେ ସମାଜ, ରାଜ୍ୟ ଓ ଦେଶ ମଧ୍ୟ ସ୍ୱଛ ଓ ସୁନ୍ଦର ହୋଇ ପାରିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ବକ୍ତବ୍ୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ । କୋଣାର୍କ ରୁ ଅଜିତ ମଲିକ ଙ୍କ ରିପୋର୍ଟ,୧୭/୯/୨୦୨୪----୬,୪୫ Sakhigopal News,17/9/2024