ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ପାଇକ ଚଷl ସମାଜ, ଦକ୍ଷିଣାଞ୍ଚଳ ଶାଖା ଉଦଘାଟିତ
.ଭଞ୍ଜନଗର :-ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ପାଇକ ଚଷା ସମାଜ, ଦକ୍ଷିଣାଞ୍ଚଳ ଶାଖାକୁ ଜିଲ୍ଳା ସଭାପତି ଡ଼. ବାୟାମୁନି ଚର୍ଚ୍ଚି ଓ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ପ୍ରଫେସର ଡ. ନବଘନ ପରିଡା ଓ ରାଜ୍ୟ ସାଧାରଣ ସମ୍ପାଦକ ସୌମେନ୍ଦ୍ର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅବିଭକ୍ତ ଗଞ୍ଜାମ ଜିଲ୍ଳା ଖଣ୍ଡାୟତ କ୍ଷତ୍ରୀୟ ସମାଜରେ ସାମିଲ କରାଯାଇଛି l ଏହି ସମାଜର କର୍ମକର୍ତା ଓ କିଛି ସଦସ୍ୟ ଉପସ୍ଥିତ ରହି ସାମିଲ କରାଯାଇଥିବା ଯୋଗୁଁ ଖୁସି ପ୍ରକଟ କରିଥିଲେ l ସମାଜକୁ ଏକ ବିକଶିତ ଢାଞ୍ଚାରେ ପରିଚାଳନା କରିବାପାଇଁ ବୁଦ୍ଧିଜୀବୀ ମଞ୍ଚ, କୃଷି ମଞ୍ଚ, ବ୍ୟବସାୟିକ ମଞ୍ଚ, ଆଧ୍ୟାତ୍ମିକ ମଞ୍ଚ ଓ ଶିକ୍ଷା ମଞ୍ଚ ଗଠନ କରାଯିବା ପାଇଁ ସର୍ବସଂମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ପରବର୍ତ୍ତୀ ସମୟରେ ଜିଲ୍ଳା ସ୍ତରୀୟ ସମାବେଶ କରି ସଂଗଠନକୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ସ୍ଥିର କରାଗଲା l ଏହି ପରିପ୍ରେକ୍ଷୀରେ ରାଜ୍ୟ କର୍ମକର୍ତା ଏହି ସମାଜକୁ ଖଣ୍ଡାୟତ କ୍ଷତ୍ରୀୟ ସମାଜରେ ଗ୍ରହଣ କରିଥିବା ଯୋଗୁଁ ଜିଲ୍ଳା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୪----୮,୫୫ Sakhigopal News,23/9/2024