ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ଦୁଇ ଦିନିଆ ରାଜ୍ୟସ୍ତରୀୟ "ମିଡ଼ିଆ ଫେଷ୍ଟ ଅନୁଷ୍ଠିତ
କୋଣାର୍କ :----- ଆସନ୍ତା ଜାନୁଆରୀ ମାସରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ମିଡ଼ିଆ ଫେଷ୍ଟ ପାଇଁ ଆଜି ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଆଜି କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ \"ପୁରୀ ଜିଲ୍ଲା ସାମ୍ବାଦିକ ସଂଘ\" ର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା କ୍ଷ ଏହି ବୈଠକରେ ସତ୍ୟ ଖବରର ସମ୍ପାଦକ ତଥା ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅକ୍ଷୟ ନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା କ୍ଷ ଉକ୍ତ ବୈଠକରେ ପୁରୀ ଜିଲ୍ଲାର ବରିଷ୍ଟ ସାମ୍ବାଦିକମାନେ ଯୋଗ ଦେଇଥିଲେ କ୍ଷ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମିଡ଼ିଆ ଫେଷ୍ଟରେ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କ ଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଓ ସାମ୍ବାଦିକା ମାନେ ଯୋଗ ଦେବେ କ୍ଷ ଏହା ଦୁଇଦିନ ବ୍ୟାପି ପୁରୀ ଠାରେ ଅନୁଷ୍ଠିତ ହେଵ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଛି କ୍ଷ ସାମ୍ବାଦିକତା କ୍ଷେତ୍ରରେ କାର୍ୟ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା, ୧୦ ଲକ୍ଷ ଟଙ୍କାର ଜୀବନ ବୀମା କରିବା, ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଙ୍କୁ ପେନସନ ଲାଗୁ କରିବା, ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ଆଦି ବିଷୟରେ ସଂଘ ପକ୍ଷରୁ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା କ୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ରେ ସଂଘ କୁ ମିଳିଥିବା କାର୍ୟ୍ୟାଳୟ ର ଦୁଇ ବଖରା ଛାତ ଘର ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିଲା କ୍ଷସଂଘ ର ସମ୍ପାଦକ ସତ୍ୟନାରାୟଣ ଦାଶ ଓ ସଂଘର କାର୍ୟ୍ୟକାରିଣୀ ସଭାପତି ନିମାଇଁ ଚରଣ ମହାନ୍ତି ଏବଂ ସଂଘ ର ସକ୍ରିୟ ତଥା ବରିଷ୍ଟ ସାମ୍ବାଦିକ ବିଜୟ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ପୁରୁଷୋତ୍ତମ ପଲାଇ, କେଦାରନାଥ ସାହୁ, ସଚ୍ଚିଦାନନ୍ଦ ଗୋଛାୟତ, ପ୍ରତାପ କାଣ୍ଡି, ନୃସିଂହ ମହାନ୍ତି,ରାଜୀବ ଲୋଚନ ପୃଷ୍ଟି, ସୁରେଶ କୁମାର ମହାନ୍ତି, ରଞ୍ଜନ ଗାଙ୍ଗୁଲି, ବିଜୟ ମିଶ୍ର, ଶିଶିର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସଂଘ ର ସାଙ୍ଗଠନିକ କାର୍ୟ୍ୟ ଓ ସମସ୍ୟା ସଂକ୍ରାନ୍ତ ରେ ସବିଶେଷ ଆଲୋଚନା କରିବାସହିତ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ନିଜର ଦାବି ଉପସ୍ଥାପନା କରିବା ପାଇଁ ସ୍ଥିର କରାଯାଇଥିଲା
Sakhigopal News, 23/9/2024