Breaking News

ଚନ୍ଦ୍ରଭାଗାରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ

 


କୋଣାର୍କ--- ସେପ୍ଟମ୍ବର ମାସର ତୃତୀୟ ଶନିବାରକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଉପକୂଳ  ଦିବସ ଭାବରେ ପାଳନ କରାଯାଉଛି । ଭାରତ ସରକାରଙ୍କ ବିଭିନ୍ନ ମନ୍ତୟଣାଳୟ ପକ୍ଷରୁ ଭାରତର ୭୫ଟି ଏବଂ ଓଡିଶାର ୭ଟି  ଜିଲ୍ଳାର ୨୬ପ୍ରମୁଖ ବେଳାଭୂମିରେ ସଚେତନତା ସଭା ସହ ସର୍ବବୃହତ ଉପକୂଳ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ସ୍ୱଛ ସମୁଦ୍ର, ସୁରକ୍ଷିତ ସମୁଦ୍ର ସଙ୍କଳ୍ପ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଚନ୍ଦ୍ରଭାଗାର ବେଳାଭୂମିରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚନ୍ଦ୍ରଭାଗାଠାରେ ଆୟୋଜିତ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ  ଅତିଥିଭାବେ କୋଣାର୍କ ବନ୍ୟପ୍ରାଣି ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟର କହିଥିଲେ ସଚେତନତା ଅଭାବରୁ ବେଳାଭୂମୀ ଅଳିଆ ଆବର୍ଜନାମୟ ହୋଇ ପଡୁଥିବା ବେଳେ ବିଭିନ୍ନ ଦେବାଦେବୀଙ୍କୁ ବିସର୍ଜନ କରାଯାଉଥିବାରୁ ସମୁଦ୍ରର ଜଳରାଶୀ ଦୁଶିତ ହୋଇ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏବେ ସଚେତନ ନହେଲେ ସାମୁଦ୍ରିକ ପରିବେଷ ଅଧିକ ଅସନ୍ତୁଳିତ ହୋଇ ପଡିବବୋଲି ଅତିଥିମାନେ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଦୂଷଣ ବୋର୍ଡର ସହାୟକ ବୈଜ୍ଞାନି ରଶ୍ମୀରେଖା ପ୍ରଧାନ, ସୁମିତ ରଞ୍ଜନ ପ୍ରଧାନ, ସୌମ୍ୟରଞ୍ଜନ ମଲ୍ଲିକ, ସହାୟକ ଜନ୍ତ୍ରୀ ବିଷ୍ଣୁ ସେନାପତି ଓ ଫିଲ୍ଟି ଆସିଷ୍ଟାଣ୍ଡ ପିନାକି ପ୍ରସାଦ ନାୟକ ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ ଅଧିକାରୀ ଆଭିଶେକ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଚନ୍ଦ୍ରଭାଗାର ପରିମଳ ବ୍ୟବସ୍ଥାରେ ସୁଧାର ଆଣି ପଲିଥିନ ମୁକ୍ତ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏହାପରେ ଅତିଥିମାନେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ସହ ମିଳିତ ଭାବେ ବେଳାଭୂମୀ ସଫେଇକ କରିବା ସହ ବର୍ଜ୍ୟବସ୍ତୁର ଅପବ୍ୟବହାର ନ କରିବା ପାଇଁ ସଚେତନ କରାଇଥିଲେ । ଏହି ଆନ୍ତର୍ଜାତିକ ବେଳାଭୂମୀ ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିବା ବେଳେ ପର୍ଯ୍ୟଟକମାନେ ମଧ୍ୟ ସାମିଲ ହୋଇ ବେଳାଭୂମି ସଫେଇ କରିବା ସହ ଏତାଦୃଶ୍ୟ କାର୍ଯ୍ୟକୁ ଭୁରିୟଶି ପ୍ରଶଂସା କରିଥିଲେ । ସ୍ୱେଚ୍ଛୋସେବୀମାନେ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମୀ ଅଞ୍ଚଳରେ ପଡିରହିଥିବା ଅଳିଆ ଆବର୍ଜନା, ବିସର୍ଜିତ ଦେବା ଦେବୀଙ୍କ ପରିତ୍ୟକ୍ତ ଅଂଶ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସଫା କରିଥିଲା । 

କୋଣାର୍କରୁ ଅଜିତ ମଲିକଙ୍କ ରିର୍ପୋଟ, ୨୩/୯/୨୦୨୪---୭,୨୦    Sakhigopal News, 23/9/2024

Blog Archive

Popular Posts