Breaking News

ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା


 ଭଞ୍ଜନଗର-- ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ  ଅଭିଯୋଗ କମିଟି ତରଫରୁ ଯୌନ ଉତ୍ପୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି।ପ୍ରାରମ୍ଭରେ ପୁଷ୍ପାଞ୍ଜଳି ପଟ୍ଟନାୟକ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ।ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ସୁଶାନ୍ତ କୁମାର ମଲ୍ଲିକ  ଅଧ୍ୟକ୍ଷତା କରିଥିଲେ । ଶ୍ରୀମତୀ ମୀର ବାଇ ଦେଓ (ଆଇନଜୀବୀ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୋସ୍କୋ ଆଇନର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ମିରାବାଇ ବୁଝାଇଥିଲେ। ତାଙ୍କ ପରେ ଅଧ୍ୟକ୍ଷ ଡ଼ ମଲ୍ଲିକ ମହାବିଦ୍ୟାଳୟ ପରିସରରେ କିପରି  ନାରୀ ନିର୍ଯାତନା ମୁକ୍ତ , ଯୌନ ଉତ୍ପୀଡନ ମୁକ୍ତ ପରିବେଶ ଗଠନ ହେଇପାରିବ ସେ କ୍ଷେତ୍ରରେ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କୁ ଉପଦେଶ ଦେଇଥିଲେ ଓ ଏପରି କ୍ର୍ୟାରେ ଲିପ୍ତ ଥିବା ବ୍ୟକ୍ତି ବିଶଷଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି କହିଥିଲେ। ଛାତ୍ରୀମାନଙ୍କୁ ଆତ୍ମ ନିର୍ଭରଶୀଳ  ହେବା ସଙ୍ଗେ ସାମାଜିକ ପ୍ରଥା ପରମ୍ପରା ବା ଲୋକ ଲଜ୍ୟା କୁ ଦୂରେଇ ରଖି ଯୌନ ନିର୍ଯାତନା ପ୍ରତି ସଚେତନ ହୋଇ ଏହାକୁ ଦୃଢ଼ ପ୍ରତିବାଦ କରିବ ସଙ୍ଗେ ଏହା ବିପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ। ପରିଶେଷରେ ଡ଼.ମଞ୍ଜୁପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ  ICC ଅନ୍ୟାନ୍ୟ ସଦସ୍ୟ ଯଥା ଶ୍ରେୟ ପ୍ରଧାନ,ଶୁଭଶ୍ରୀ ସାହୁ, ପ୍ରିୟଙ୍କା ବାରାଡ ,ସ୍ମରଣିକା ପଣ୍ଡା,ଅଙ୍କିତା ଆଦି ଉପସ୍ଥିତ ଥିଲେ ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ  ଉପସ୍ଥିତ ରହିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୭/୨୦୨୫---୮,୨୦ Sakhigopal News,21/7/2025

Blog Archive

Popular Posts