ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ପୁରପଲ୍ଲୀରେ ମହାଆଡମ୍ବର ସହକାରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହୋଇଯାଇଛି । ବିଶେଷ କରି ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ, ସାକ୍ଷୀଗୋପାଳ ବସଷ୍ଟାଣ୍ଡର ବାଟ ମହାବୀର ଅଟୋ ଆସୋସିଏସନ, ଅଳଗୁମ ଅଟୋ ଷ୍ଟାଣ୍ଡ, ଘଟୁଆରୀ ସମିଲ ସହିତ ଗ୍ରାମ ମାନଙ୍କରେ ଗଡି ଉଠିଥିବା ବିଭିନ୍ନ ୱାର୍କସଫ, କତା ଶିଳ୍ପ, ପଥର ଶିଳ୍ପୀ ମାନଙ୍କ ଘରେ ଓ ୱାର୍କସଫ ମାନଙ୍କରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବାହ୍ମଣ ମାନଙ୍କ ଦ୍ୱାରା ପୂଜାଯଜ୍ଞର ଆୟୋଜନ କରାଯାଇଥିଲା । ବିଭିନ୍ନ ପୂଜା ମଣ୍ଡପରେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପରେ ରଙ୍ଗିଣୀ ଆଲୋକ ମାଳ ସହିତ ବିଭିନ୍ନ ରଙ୍ଗର ଫୁଲ ମାଳରେ ସଜ୍ଜା ଯାଇଛି । କେତେକ ପୂଜା ମଣ୍ଡପରେ ସେହି ପୁରୁଣା ନୀତି ଅନୁସାରେ କଦଳୀ ଗଛ ସହିତ ଆମ୍ବଡାଳ ଓ ଦେବଦାରୁ ଡାଳ ସହିତ କଇଁପୁଲରେ ପୂଜା ମଣ୍ଡପ ସଜ୍ଜା ଯାଇଛି । ଠାକୁରଙ୍କ ପାଖରେ ଚୁଡାଘଷା ସହିତ ସେଓ, କମଳା, ଅଙ୍ଗୁର, ପିଜୁଳି, କାକୁଡି, ରାଶିକୋରା, ସହିତ ପାଚିଲା କଦଳୀ ଓ ଖଇକୋରା ଆଦି ଭୋଗ କରାଯିବା ସହ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ସେହିପରି ଆଜି କନ୍ୟା ସଂକ୍ରାନ୍ତି ହୋଇଥିବାରୁ ମଟର ସାଇକେଲ ସହିତ କାର, ଅଟୋ ଅନ୍ୟ ଗାଡି ଗୁଡିକ ଠାକୁରଙ୍କ ପାଖରେ ପୂଜା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୪----୭,୨୫ Sakhigopal News, 16/9/2024