ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ବିଶ୍ଵ ଫାର୍ମାସିଷ୍ଟ ଦିବସ
ଜଟଣୀ :--- ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଫାର୍ମାସି ଆଣ୍ଡ ଲାଇଫ ସାଇନ୍ସେସ ତଥା ଫାର୍ମାସି ବିଭାଗ ର ଏକ ଦିବସୀୟ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳନ କରାଯାଇଥିଲା Iଏହି ଅବସରରେ ଫାର୍ମାସୀ ବିଭାଗର ବହୁ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଏକ ପଦଯାତ୍ରାରେ ଜଟଣୀ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଯାଇଥିଲେ। ପଦଯାତ୍ରାକୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଓ ବିଭାଗୀୟ ମୂଖ୍ୟ ଇପଦେଷ୍ଟା ପ୍ରଫେସର ଗୁରୁଦତ୍ତ ପଟ୍ଟନାୟକ ଉଦଘାଟନ କରିବା ସହ ବର୍ତ୍ତମାନ ପରିପ୍ରେକ୍ଷୀେରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ସହାୟକ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ " ଫାର୍ମାସିଷ୍ଟ ଗ୍ଲୋବାଲ ସ୍ୱାସ୍ଥ୍ୟ ସମ୍ପର୍କୀତ " ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରଶ୍ନଉତ୍ତର ଓ ବିଜ୍ଞାପନ ଉପସ୍ଥାପନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉକ୍ତ ଫାର୍ମାସିଷ୍ଟ ଦିବସର କାର୍ଯ୍ୟକ୍ରମକୁ ଫାର୍ମାସି ବିଭାଗର ହିମାଂଶୁ ଭୁଷଣ ସାମଲ, ସୁଚରିତା ବାବୁ, ରୂପାଲୀ ରୁପସ୍ମିତା ରାଉତ, ଯଶୋବନ୍ତ ଗିରି , ବୀଣାପାଣି ବାରିକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁଚାରୁ ରୁପେ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ଏକାଙ୍କିକା ନାଟକ ଅଧିକ ମନୋମୁଗ୍ଧକର ଥିଲା ଓ ଶେଷରେ ଫାର୍ମାସୀ ବିଭାଗର ଆରାଧନା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୯/୨୦୨୪-----୫,୪୫ Sakhigopal News,26/9/2024