Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା


ସାକ୍ଷୀଗୋପାଳ ---ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ପ୍ରତି  ଯୌନ ଉତ୍ପୀଡ଼ିନ, ତାର ନିଷେଧ, ନିରାକରଣ ଓ ପ୍ରତିକାର  ସମ୍ବନ୍ଧୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀ ସଭାପତିତ୍ୱ କରି ରାଜ୍ୟସରକାରଙ୍କ ଏହି  ସମ୍ବନ୍ଧୀୟ  ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ |ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପର୍ଯ୍ୟବେକ୍ଷଣ ଅଧିକାରିଣୀ ପ୍ରାଧ୍ୟାପିକା ଡ଼ କଳ୍ପନା କୁମାରୀ ମହାପାତ୍ର ମହିଳା ଓ ଛାତ୍ରୀମାନେ ଯୌନ ଉତ୍ପୀଡ଼ନ ପ୍ରତି ଶୂନ୍ୟ ସହିଁଷ୍ଣୁତା ପ୍ରଦର୍ଶନ କରିବାକୁ ଉଦ୍ବୋଧନ ଦେବା ସହ ସୁ ମର୍ଯ୍ୟାଦା ରକ୍ଷା କରି ରହିଲେ ଏହାକୁ  କେତେକାଂଶରେ  ଦୂର କରିହେବ ବୋଲି ମତବ୍ୟକ୍ତ କରିବା ସହ କର୍ମଶାଳାର ସଂଯୋଜନା କରିଥିଲେ |ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟା  ତଥା ସତ୍ୟବାଦୀ ସ୍ଥିତ ବିଜେତା ସ୍ବେଚ୍ଛାସେବୀ ଅନୁଷ୍ଠାନ ର  ସବିତା କୁମାରୀ ପଣ୍ଡା ନାରୀ ପୁରୁଷ ମାନଙ୍କଠାରୁ କୌଣସି ଗୁଣରେ କମ ନୁହେ , ମାତ୍ର ନାରୀ ଦୃଢ଼ମନା ରହି ନିଜେ ନିଜର ସୁରକ୍ଷା ପ୍ରତି ସଚେତନ ରହିବାକୁ  ପରାମର୍ଶ ଦେଇଥିଲେ  | ଶିକ୍ଷାବିଭାଗର ଅଧ୍ୟାପିକା ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା କେନ୍ଦ୍ର ସରକାରଙ୍କ  ଅଧିନିୟମ ୨୦୧୩  କୁ  ବିସ୍ତୃତ ଭାବରେ ଉପସ୍ଥିତ ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କୁ ବୁଝାଇ ଥିଲେ |  କିରାଣୀ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟ  ଶ୍ରୀ ସୀତାଂଶୁ କୁମାର ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ | ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟ ଶ୍ରୀ ମହେଶ୍ୱର ମିଶ୍ର ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହୋଇ ରହିବା ପାଇଁ ପରାମର୍ଶ ଦେବା ସହ  ଧନ୍ୟବାଦ ଅର୍ପଣ କରିଥିଲେ | ଉପସ୍ଥିତ ଥିବା ଛାତ୍ରୀ ଓ ମହିଳା କର୍ମଚାରୀ ମାନେ ଶପଥ ପାଠ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୭/୨୦୨୫--+୮,୨୫ Sakhigopal News,21/7/2025

Blog Archive

Popular Posts