Breaking News

ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ କ୍ଷତ୍ରୀୟ ସମାଜ ବୈଠକ

 
ଭଞ୍ଜନଗର :-ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭାଗୃହ, ଭଞ୍ଜନଗର ଠାରେ ଅବିଭକ୍ତ ଗଞ୍ଜାମ  ଜିଲ୍ଳା ଖଣ୍ଡାୟତ କ୍ଷତ୍ରୀୟ ସମାଜର କାର୍ଯ୍ୟକାରିଣୀ ବୈଠକ ସଭାପତି ଡ଼. ବାଇମୁନୀ ଚର୍ଚ୍ଚିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପାତ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ ।ପରେ ପରେ କ୍ଷତ୍ରୀୟ ଖଣ୍ଡାୟତ ତରଫରୁ ସମାଜରେ ବୁଦ୍ଧିଜୀବୀ ବିକାଶ, କୃଷି ବିକାଶ, ଆଧ୍ୟାତ୍ମିକ ବିକାଶ, ବ୍ୟବସlୟିକ ବିକାଶ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏଥିରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜରୁ ସନ୍ତୋଷ ଜେନା, ବିଭୁତି ଭୂଷଣ ଜେନା, ଦଳପତି କ୍ଷତ୍ରିୟ ସମାଜରୁ ରାଜେନ୍ଦ୍ର ଦଳବେହେରା, ଖଣ୍ଡାୟତ କ୍ଷତ୍ରୀୟ ସମାଜ ତରଫରୁ ମହେଶ୍ୱର ବରଡ଼,ଶିବ କୁମାର ନାୟକ, ନରସିଂହ ନାୟକ ଆଳିଆ ସମାଜ ତରଫରୁ ଭିକାରୀ ଚରଣ ନାୟକ,ଖଲି ପରିଡା କୁର୍ମୀ କ୍ଷତ୍ରିୟ ସମାଜ ତରଫରୁ ସୂର୍ଯ୍ୟ ନାରାୟଣ ପ୍ରଧାନ, ବିଶ୍ୱନାଥ ରାଉତ,ବଂଶୀଧର ପ୍ରଧାନ, ପାଇକlଳି ସମାଜ ତରଫରୁ ସୋମନାଥ ନାୟକ, ନଗେନ୍ଦ୍ର ନାୟକ, ବେଣାୟତ୍ତ ଓଡ଼ିଆ ସମାଜ ତରଫରୁ ଗୋପାଳକୃଷ୍ଣ ପ୍ରଧାନ, ରାଜ୍ୟ ସଭାପତି ପ୍ରଫେସର ଡ. ନବଘନ ପରିଡା, ପ୍ରଫେସର କୃତିବାସ ବିଶ୍ୱାଳ, ସୌମେନ୍ଦ୍ର ଜେନା, ନିରଞ୍ଜନ ପରିଡା, ପିତାମ୍ବର ପରିଡା, ଜ୍ୟୋତିରଞ୍ଜନ ବିଷୋୟୀ, ସମୀର କୁମାର ନାୟକ, ଯତୀନ କୁମାର ପ୍ରଧାନ, ମାଗି ନାୟକ, କଂଗ୍ରସ ପ୍ରଧାନ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ସମଗ୍ର ଓଡ଼ିଶାର ଅର୍ଦ୍ଧlଧୀକ ଆମ ଖଣ୍ଡାୟତ କ୍ଷତ୍ରିୟ ସମାଜ ହୋଇଥିବା ଯୋଗୁଁ ଆମର ବିକାଶରେ ଗୁରୁତ୍ୱ ଦିଆଯାଉନଥିବାଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଥିଲା l ଏଥିରେ ଯୁବ ଗୋଷ୍ଠୀ, ମହିଳା ଗୋଷ୍ଠୀକୁ ଗୁରୁତ୍ୱ ଦେଇ ସଂଗଠନକୁ ମଜବୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଗ୍ରାମ ସ୍ତରରୁ ଜାତି ସଂଗଠନକୁ ଦୃଢ କରିଵା ଉପରେ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା l ଆମ ସମାଜରୁ ବହୁଜନପ୍ରତିନିଧି ବିଧାୟକ, ମନ୍ତ୍ରୀ ପାଇଥିବା ଯୋଗୁଁ ଖୁସି ପ୍ରକଟ କରାଯାଇଥିଲା ଓ ସେମାନଂକୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୯/୨୦୨୪----୮,୫୫ Sakhigopal News,23/9/2024

Blog Archive

Popular Posts