Breaking News

ଗାଁ ପୋଖରୀରୁ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର






   ସାକ୍ଷୀଗୋପାଳ,----ସତ୍ଯବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ନୀଳକଣ୍ଠ ଙ୍କ ନିକଟ ପୋଖରୀରୁ ଶନିବାର ସକାଳେ ଅଷ୍ଟଧାତୁ ନିର୍ମିତ ଏକ  ନାରାୟଣ ମୂର୍ତ୍ତି ଉଦ୍ଧାର ହୋଇଥିବା ଜଣାପଡିଛି  ।  ଗ୍ରାମର ଜନୈକ  ଦୂର୍ଗା ପ୍ରସାଦ ମିଶ୍ର  ସକାଳେ ସ୍ନାନ କରିବାକୁ ପୋଖରୀକୁ ଯାଇଥିବା ବେଳେ ତାଙ୍କ ପାଦରେ ମୂର୍ତ୍ତି ଟି ବାଜିଥିଲା  । ସେ ପାଣିରେ ବୁଡି ମୂର୍ତ୍ତି ଟିକୁ ଉଦ୍ଧାର କରିଥିଲେ  । ଘଟଣା ଜଣାପଡିବା ପରେ ଗ୍ରାମବାସୀ ପୋଖରୀ ତୁଠରେ ପହଞ୍ଚିଥିଲେ  ।  ଏହି ଖବର ସତ୍ୟବାଦୀ ଥାନାରେ ମଧ୍ୟ ପହଞ୍ଚିଥିଲା । ଖବରପାଇ ସତ୍ଯବାଦୀ ଥାନା ପୋଲିସ ପହଞ୍ଚି ମୂର୍ତ୍ତି ଟିକୁ ଜବତ କରି ଥାନାକୁ ଆଣିଛନ୍ତି  । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ସୂତ୍ରରୁ ଜଣାପଡିଛି  । ଏହି ପୋଖରୀରେ ସବୁଦିନ ଗ୍ରାମର କିଛି ଲୋକମାନେ  ଗାଧୁଆ ପାଟୁଆ କରିଥାନ୍ତି। ଏହି ମୂର୍ତ୍ତିଟି କଇଏସଇ କେଉଁଠୁ ଆଣି ଏଠାରେ କାହିଁକି ଫିଙ୍ଗିଲା ଏ‌ହାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୯/୨୦୨୪---  ୮,୪୫  -sakhigopal  News,14/9/2024

Blog Archive

Popular Posts