ଥୁଆପାଲି ବିଦ୍ୟୁତ ବିଭାଗର ସବଷ୍ଟେସନ ଠାରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ
ବରଗଡ଼ ---- ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସବଷ୍ଟେସନ ଠାରେ ଟାଟା ପାୱାର ର ପକ୍ଷରୁ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବରେ ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ଦାଇତ୍ବ ତୁଲାଇଥିଲେ। ପଣ୍ଡିତ ଭାବରେ ଗଂଗାଧର ପଣ୍ଡା ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଥିଲେ। ଅତିଥି ଭାବେ ଭେଡେନ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଜୁନିଅର ଇଂଜିନିୟର ଆଶୁତୋଷ ସେଠୀ, ସଂଜୀବ କୁମାର ଦାଶ, ପ୍ରଦୀପ ପ୍ରଧାନ, କୈଳାସ ପ୍ରଧାନ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ସମୟରେ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୯/୨୦୨୪----୧୦,୫୫ Sakhigopal News,16/9/2024