Breaking News

>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ପୁରୀ ଜିଲ୍ଲା ଜଜ୍ କୋର୍ଟରେ ୩୦ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ନେଇ ବ୍ୟାପକ ଅନିୟମିତତା ଅଭିଯୋଗ



    କୋଣାର୍କ, ---

    ପୁରୀ ଜିଲ୍ଲା ଜଜ୍ କୋର୍ଟରେ ୩୦ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ନେଇ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ଗତ ୨୨ ତାରିଖରେ ପୁରୀ ଜିଲ୍ଲା ଜଜ୍ କୋର୍ଟ ପକ୍ଷରୁ ରେଜିଷ୍ଟ୍ରାର ସିଭିଲ କୋର୍ଟ ତିରିଶଟି ଦୈନିକ ମଜୁରୀ ଭିତ୍ତିକ ଶାରୀରିକ ସକ୍ଷମ ଶ୍ରମିକଙ୍କ ଆବଶ୍ୟକତା ଓ ଅସ୍ଥାୟୀ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ଜାରୀ କରିଥଲେ । ନିଯୁକ୍ତି ହେବାକୁ ଥିବା ଏହି କର୍ମଚାରୀମାନେ ପୁରୀ ଜିଲ୍ଲାର ପୁରୀ ସଦର,ନିମାପଡ଼ା,ପିପିଲି, କୋଣାର୍କ,କଣାସ ଓ ବ୍ରହ୍ମଗିରି ଠାରେ ଅବସ୍ଥିତ ସମସ୍ତ ଅଦାଲତ କାର‌୍ୟ୍ୟାଳୟରେ ଯୋଗ ଦେବା ପାଇଁ କୁହାଯାଇଥିଲା। ଇଚ୍ଛୁକ ପ୍ରାର୍ଥୀ ସର୍ବନିମ୍ନ ୧୮ ବର୍ଷ ହେବା ଆବଶ୍ୟକତା ଅଛି ବୋଲି କୁହାଯାଇଥିଲା।କିନ୍ତୁ ଏହି ବିଜ୍ଞପ୍ତି ନେଇ ଆବେଦନର ସମୟ ଅତି କମ୍ ଅର୍ଥାତ୍ ମାତ୍ର ସାତ ଦିନ ରଖାଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଏଥି ସହିତ ଏହାକୁ ଅତି ଗୋପନୀୟ ଭାବେ କେବଳ ଅଫିସ୍ ନୋଟିସ୍ ବୋର୍ଡ଼ ରେ ମାରିବା ସହିତ କୌଣସି ଦୈନିକ ଖବରକାଗଜରେ ପ୍ରକାଶିତ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ବିଜ୍ଞପ୍ତି ରେ କୌଣସି ନମ୍ବର ନଥିବା ସହିତ ଜନସାଧାରଣରେ ବିଧିବଦ୍ଧ ଭାବେ ପ୍ରକାଶିତ ହୋଇନଥିବାରୁ ବହୁତ ଯୋଗ୍ୟ ପ୍ରାର୍ଥୀ ନଜାଣି ପାରି ଆବେଦନ କରିବାରୁ ବଞ୍ଚିତ ହୋଇଥିବାର ଜଣାଯାଇଛି।ଆହୁରି ମଧ୍ୟ ଏହି କର୍ମଚାରୀ ମାନେ କେଉଁ କେଉଁ କାର‌୍ୟ୍ୟ ରେ ନିୟୋଜିତ ହେବେ,ତାହା ମଧ୍ୟ ବିଜ୍ଞପ୍ତି ରେ ଦର୍ଶାଯାଇନାହିଁ।ଇତିମଧ୍ୟରେ, ଆବେଦନ କରିଥିବା ପ୍ରାର୍ଥୀ ମାନଙ୍କୁ ଅତି ତରବରିଆ ଭାବରେ ସାକ୍ଷାତକାର ସମ୍ପୂର୍ଣ୍ଣ କରାଯାଇଛି। ସବୁଠୁ କୌତୁହଳର ବିଷୟ,ଏହି ଦୈନିକ ମଜୁରୀ ଭିତ୍ତିକ ଶ୍ରମିକ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ସମୟରେ କେବଳ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତି ବିଷୟରେ ପଚରାଯାଇଥିବା କଥା ସାଧାରଣରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି।ନ୍ୟାୟ ପାଲିକା ରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ, ଉପରୋକ୍ତ ତ୍ରୁଟି ସବୁକୁ ସୁଧାରି ,ଏହି ନିଯୁକ୍ତି ପ୍ରକ୍ରିୟା କୁ ତୁରନ୍ତ ରଦ୍ଦ କରି , ପୁର୍ନବାର ବିଧିବଦ୍ଧ ଭାବରେ ବିଜ୍ଞାପନ ପ୍ରକାଶିତ କରିବାକୁ ସାଧାରଣରେ ଦାବି ହେଉଛି। କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୨୦/୯/୨୦୨୪----୮,୪୫ Sakhigopal News, 20/9/2024


    Blog Archive

    Popular Posts