Breaking News

ଶିକ୍ଷାଜଗତର ଉଦ୍ୟୋଗୀ ଭାବେ ସମ୍ମାନୀତ ହେଲେ ଭାରତୀ ଭୂଷଣ ନାୟକ

  

ଭୁବନେଶ୍ୱର--- ଏଭର ଗ୍ରୀନ ଫୋରମ ପକ୍ଷରୁ ଜାତୀୟ ଇଞ୍ଜିନିୟର ଦିବସ ପାଳନ ଅବସରରେ ଶିକ୍ଷାଜଗତର ଉଦ୍ୟୋଗୀ ଭାବେ ଶ୍ରୀ ଭାରତୀଭୂଷଣ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢ଼ୌକନ ସହିତ ମାନପତ୍ର ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ । ଶ୍ରୀ ନାୟକ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ବେରବୋଇ ବିଦ୍ୟାଳୟ ଛାତ୍ର ଅଟନ୍ତି । ତାଙ୍କ ବାପା ସ୍ୱର୍ଗତ ଶ୍ରୀନିବାସ ନାୟକ ଜଣେ ମଧ୍ୟ ଶିକ୍ଷକଥିଲେ । ଶ୍ରୀ ନାୟକ ଛାତ୍ର ସମୟରୁ ଜଣେ ମେଳାପି, ମେଧାବୀ ଛାତ୍ର ଭାବେ ଜଣାଶୁଣା । ଭୁବନେଶ୍ୱର  ସାଇ ସମର୍ଥ ବଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏଜ, ଏମ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ ଖୋର୍ଦ୍ଦା , ପୁରୀ ଇନଷ୍ଟିଚ୍ୟଟ ଅଫ ଟୋକ୍ନୋଲୋଜି ଆଇଟି, ଆଇ ଶୈଳବାଲା ସ୍କୁଲ ଅଫ ନର୍ସିଂ ପୁରୀ ବହୁ ଶିକ୍ଷା ଅନୁଷ୍ଠାନ ସହିତ ଶ୍ରୀ ନାୟକ ଗଡି ତୋଳିବା ସହିତ ଅନ୍ୟ ଶିକ୍ଷା ଅନୁଷ୍ଠାନ ସହିତ ଜଡିତ । ଶିକ୍ଷା ଜଗତ ପାଇଁ ଶ୍ରୀ ନାୟକଙ୍କର ଅତୁଳନୀୟ ଅବଦାନ ପାଇଁ ଏଭର ଗ୍ରୀନ ଫୋରମ ପକ୍ଷରୁ ଶ୍ରୀ ନାୟକଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଏଭର ଗ୍ରୀନ ଫୋରମର ସଭାପତି ଡ଼, ପ୍ରକାଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୪----୭,୨୫  Sakhigopal News, 19/9/2024

Blog Archive

Popular Posts