Breaking News

ସତ୍ୟବାଦୀରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ , ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଲେ

   


ସାକ୍ଷୀଗୋପାଳ--- ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମ ଦିବସରେ ଭୁବନେଶ୍ୱର ଠାରେ ଶୁଭାରମ୍ଭ କରିଥିବା ବେଳେ ସମସ୍ତ ବ୍ଳକରେ ଆବାସି ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସତ୍ୟବାଦୀ ପଞ୍ଚସଖା ଖେଳ ପଡିଆରେ ବ୍ଳକ ପ୍ରଶାସନ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଅତିଥି ଭାବେ ଯୋଗ ଦେଇ ସତ୍ୟବାଦୀର ପ୍ରଗତି ରଥକୁ ଆଗେଇ ନେବାକୁ ସତ୍ୟବାଦୀର ସମସ୍ତ ଯୁବକ ମହିଳା ମାନଙ୍କୁ ଆଗେଇ ଆସିବାକୁ ନିବଦେନ କରିଥିଲେ ।  ପ୍ରଗତି ରଥକୁ ବିରୋଧ କରିବାକୁ  ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ କଦାପି ମାଫ କରାଯିବ ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ନିର୍ବାଚନ ପରେ ଏହା ହେଉଛି ତାଙ୍କର ପ୍ରଥମ ସଭା । ଏତେ ସଂଖ୍ୟାର ମହିଳା ମାନଙ୍କୁ ଦେଖି ସେ ଖୁସି ମତବ୍ୟକ୍ତ ପ୍ରକାଶ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀଉପସ୍ଥିତ ରହିଥିବା ବେଳେ ବିଡିଓ ଲିପିସା ରାୟ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ସିଡିପିଓ ରାଜଲକ୍ଷ୍ମୀ ଦାଶ, ଏବିଡିଓ ସଲିଲ କୁମାର ଦାଶ, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଦସ୍ୟା ବିଷ୍ଠୁପିୟା ବରାଳ, ସମିତିସଭ୍ୟ ଦୀପକ ଶତପଥିଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ଅଙ୍ଗନସ୍ୱାଡି, ଆଶା ଦିଦି, ଏମବିକେ, ସିଆରପି ଓ  ପ୍ରମୁଖ  ମହିଳା ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ସତ୍ୟବାଦୀ ବ୍ଳକ ପକ୍ଷରୁ ୩୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯେଜନାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବ୍ଳକର ସମସ୍ତ କର୍ମଚାରୀ ଓ ମିଶନ ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିଲେ ।   ଓଡିଶା ଜିବିକା ମିଶନ ବିଭାଗର ଅଧିକାରିଣୀ ଶାଶ୍ୱତ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୪---୬,୫୦    Sakhigopal News, 17/9/2024

Blog Archive

Popular Posts