ହାନା ଟାଏକୋଣ୍ଡା ପକ୍ଷରୁ ଜାତୀୟ ସ୍ତରରେ ପଦକ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ
ସାକ୍ଷୀଗୋପାଳ,---- ସାକ୍ଷୀଗୋପାଳ ହାନା ଟାଏକୋଣ୍ଡା ଏକାଡେମି ପକ୍ଷରୁ ଜାତୀୟ ସ୍ତରରେ ବିଭିନ୍ନ ବର୍ଗରେ ପଦକ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସିଲ ଓ ସାଟିଫର୍କେଟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅଳଗୁମ ରାସ୍ତାରେ ଥିବା ବୃନ୍ଧାବନ ଗାର୍ଡେନ ପରିସରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ପିଲା ମାନଙ୍କର ଶୁଭ କାମନା କରିବା ସହ ସାକ୍ଷୀଗୋପାଳର ନାମ ରଖିବା ପାଇଁ ଆହ୍ୱନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ନମିତା ଦାଶ ଯୋଗଦେଇ ସଫଳତା ଲାଭ କରିଥିବା ୧୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ସିଲ ପ୍ରଦାନ କରିଥିଲେ । ସେମାନେ ହେଲେ ଆୟୁଷ୍ମାନ ମିଶ୍ର, ଆରାଧ୍ୟା ସତକ୍ଷୀ ମିଶ୍ର, ଆୟୁଷ ଗୌଡୁ, ରୁଦ୍ରଦିତ୍ୟ ନାୟକ, ଆୟୁଧ ନାରାୟଣ ଗୌଡୁ ଓଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ର ପ୍ରମାଣ ପତ୍ର ପାଇଲେ ଅମ୍ଲାନ ୟୋତି ବରାଳ, ଆର୍ଯ୍ୟ ଅଭିଜ୍ଞାନ ମିଶ୍ର, ପ୍ରାଞ୍ଜଳ ରଥ, ପ୍ରିନ୍ସ ମହାରଣା, ବେଦବ୍ୟାସ ରଥ, ସ୍ମୃତି ରେଖା ନାୟକ, ରୁଦ୍ର ଦିତ୍ୟ ନାୟକ, ତୃପ୍ତି ଲାଗ୍ନା ପଣ୍ଡା, ଓମ ପ୍ରକାଶ ସହୂ, ରୀତିକ ରଞ୍ଜନ ଦାଶ ଏହି ମାନଂକୁ ଜାତୀୟ ସ୍ତର ପ୍ରତିଯୋଗିତା ର ପ୍ରମାଣ ପତ୍ର ଅତିଥି ମାନେ ଦେଇଥିଲେ।
ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଓଡିଶା ଟାଇକୋଣ୍ଡୋ ସଙ୍ଘ ର ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି ହାନା ଟାଏକୋଣ୍ଡା ଏକାଡେମୀର କୋଚ ଦୀପକ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହରମୋହନ ମହାନ୍ତି, ସୀତାକାନ୍ତ ମହାପାତ୍ର , ପ୍ରତାପ ବେହେରା, ସତ୍ୟନାରୟଣ ମିଶ୍ର, ବସନ୍ତ ସ୍ୱାଇଁ, ପ୍ରତାପ ସାହୁ ଓ ତପନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୯/୨୦୨୪-----୭.୪୫ Sakhigopal News, 29/9/2024