ଏନ.ସି.ସି.ନାଭାଲ କ୍ୟାଡେଟମାନଙ୍କୁ ସମ୍ବର୍ଦ୍ଧନା
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା କଲେଜ ଠାରେ ଏନ.ସି.ସି ନାଭାଲ ଲରମ୍ଭା କଲେଜର କ୍ୟାଡେଟ ମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ ୧୪ ଜଣଙ୍କୁ 'ସି' ସାଟିଫିକେଟ୍ ଓ ୨୦ ଜଣକ୍ୟାଡେଟଙ୍କୁ 'ବି'ସାଟିଫିକେଟ୍ ପ୍ରଦାନ କରାଯାଇଥିଲା। ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସଭାପତିତ୍ବ କରିଥିଲେ। ଶ୍ରୀବିନୟ କୁମାର ନାଏକ, ପାଟମଂଜରୀ ସାହୁ, ଶ୍ରୀ ସରୋଜ କୁମାର ନାଏକ, ଶ୍ରୀ ପବିତ୍ର କୁମାର ମାହାଣା ଅତିଥି ଭାବେ ଯୋଗଦେଇ ସାଟିଫିକେଟ୍ ବଣ୍ଟନ ସହ ଦେଶଗଠନରେ ନୈାସେନାର ଭୂମିକା ଉପରେ ଆଲୋଚନା କରିଥିଲେ । ଛାତ୍ରୀ ବିଭାବରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିୟଙ୍କା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଆର.ଡି.ସି ରେ ଯୋଗ ଦେଇଥିବା ଛାତ୍ରୀ,ସହ ସମସ୍ତ କ୍ୟାଡେଟ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୯/୨୦୨୪-----୮,୧୦ Sakhigopal News,28/9/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୯/୨୦୨୪-----୮,୧୦ Sakhigopal News,28/9/2024