ଗଣେଶ ଭଷାଣୀ ବେଳେ ଅଘଟଣ ; କୁଅରେ ପଡି ଯୁବକର ମୃତ୍ୟୁ
ସାକ୍ଷୀଗେପଳ, ---- ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ପାହଡଚୁଳ ଗ୍ରାମରେ ଗଣେଶ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଉଥିଲା । ଗ୍ରାମର ବିଶୁନି ପୁହାଣଙ୍କ ପୁଅ ସ୍ୱୟଂବ୍ରତ ପୁହାଣ ଏକ କୁଅ ଚାନ୍ଦୀନି ଉପରେ ବସିଥିବା ବେଳେ ଅସବଧାନତା ଫଳରେ କ୍ରୂ ମଧ୍ୟରେ ଗଳି ପଡିଥିଲେ । ପରିବାର ଓ ଗ୍ରାମର କିଛି ଯୁବକ ମାନେ କୁଅ ମଧ୍ୟରୁ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ଖରାପ ହେବାରୁ ତାଙ୍କୁ ପୁରୀ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି । ଏହି ଖବର ପ୍ରସାରିତ ହେବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୯/୨୦୨୪---୭,୨୫ Sakhigopal News, 18/9/2024