ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ
ବରଗଡ଼ ----
ବରଗଡ଼ ଜିଲ୍ଲାର ଭେଡେନ ଠାରେ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ସଞ୍ଜୀବ କୁମାର ପ୍ରଧାନ ପରିଚାଳନା କରିଥିଲେ l ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହି ସେମିନାରରେ ଅଂଶ ଗ୍ରହଣ କରିଥିଲେ l ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବରପଦରର ଛାତ୍ରୀ ତୃପ୍ତିମୟୀ ମେହେର ପ୍ରଥମ ଓ ସlଲନl ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରେୟସ କୁମାର ଦାଶ ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି l ସେମିନାରରେ ସୁନାଲରମ୍ଭl ଉଚ୍ଚ ବିଦ୍ୟାଳୟର ହେମନ୍ତ ମେହେର ଓ ଗଣ୍ଡ ତୁରୁମ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଭିଜିତ ଘୋଷ ବିଚାରକ କାର୍ଯ୍ୟ ତୁଲାଇ ଥିଲେ l ଶେଷରେ ଶିକ୍ଷକ ତାପସ କର୍ମୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଞ୍ଜୀବ ପଣ୍ଡା ଓ ଡଲି ବୁଧିଆ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୯/୨୦୨୪----୭,୪୫ Sakhigopal News,23/9/2024