Breaking News

ସତ୍ୟବାଦୀରେ ଉତ୍କଳ ଦିବସ ପାଳିତ



ସାକ୍ଷୀଗୋପାଳ--- ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମିଶନ ସତ୍ୟବାଦୀ ଦ୍ୱାରା ଆୟୋଜିତ ଉତ୍କଳ ଦିବସ ଆଲେଚନା ଚକ୍ର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଛକ ନିକଟ ସେଣ୍ଟଜାଭିଅରସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍କଳ ଗଠନରେ ସତ୍ୟବାଦୀର ଭୂମିକା ସମ୍ପର୍କରେ ଆଲେଚନା କରାଯାଇଥିଲା । ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ସଭାପତିତ୍ୱ କରିବା ସହ ପଞ୍ଚସଖାଙ୍କ ନାମରେ ପାଞ୍ଚ ଦିନ ଆଲେଚନା ଚକ୍ର କରିବା ସହ ସତ୍ୟବାଦୀରେ ବିଶ୍ୱ ଓଡିଆ ଦିବସ ଆଲେଚନା ଚକ୍ର କରାଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ ଡ.ଅଭିମନ୍ୟୁ ବରାଳ, ଅବସରପ୍ରାପ୍ତ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ, ଡ. ରଶ୍ମି ରଞ୍ଜନ ମହାପାତ୍ର, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ, ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ଗଠନରେ ସତ୍ୟବାଦୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏପରିକି ସତ୍ୟବାଦୀର ପଞ୍ଚସଖା ଉତ୍କଳ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଓଡିଆ ଭାଷାକୁ ଆଗେଇ ନେବାକୁ ହେଲେ ସବୁ ଓଡିଆ ମାନେ ଓଡିଆ ଭାଷାରେ କଥା ହେବା ନିହାତି ଦରକାର ଆବଶ୍ୟକ ପଡିଲେ ଅନ୍ୟ ଭାଷାରେ କଥା ହେବା ନଚେତ ଆମେ ପ୍ରଥମେ ଓଡିଆ ବୋଲି ପରିଚୟ ଦେବା ସହ ଓଡିଆ ଭାଷାକୁ ବହୁଳ ଭାବେ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ତପସ୍ୱନୀ ଦାଶ ସଂଯୋଜନା କରିଥିବା ବେଳେ ସମାଜସେବୀ ନବଘନ ଶତପଥି ଧନ୍ୟବାଦ ଦେଇଥିଲେ । ସେହିପରି ସତ୍ୟବାଦୀ ହାଇସ୍କୁଲ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରିବା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାକୟଙ୍କ ସଭାପତିତ୍ୱରେ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର, ତପସ୍ୱନୀ ତ୍ରିପାଠୀ ଉତ୍କଳ ଦିବସ ସମ୍ପର୍କରେ ମତ ରଖିଥଲେ । ଶିକ୍ଷୟତ୍ରୀ ସୌଦାମିନୀ ନାୟକ ଧନ୍ୟବାଦ ଦେଇଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୪----୬,୧୦   Sakhigopal News , 1/*4/2024

Blog Archive

Popular Posts