Breaking News

ଆକ୍ରମଣ କରି ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ



ଜଟଣୀ-----: ଜଟଣୀ ଥାନା ଅନ୍ତର୍ଗତ ହରିରାଜପୁର କ୍ଲବ ଘର ନିକଟରେ ଦୁଇ ଜଣଙ୍କୁ ଆକ୍ରମଣ କରି ଲୁଟ୍ କରିବା ଘଟଣାରେ ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ହରିରାଜପୁର ବ୍ରାହ୍ମଣ ସାହିର ସୋନୁମ ବାରିକ ଓରଫ୍ ସିପୁ (୨୪)। ଉକ୍ତ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ପୂର୍ବରୁ ଗିରଫ କରିଥିବା ବେଳେ ଆଜି ଅନ୍ୟଜଣେ ସହଯୋଗୀକୁ କାବୁ କରଛି। 
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସ୍ୱରୁପ ରାୟ ଓ ଆହତ ବ୍ୟକ୍ତି ଦେବାଶିଷ ଉଭୟ କଲେଜ ବନ୍ଧୁ ହୋଇଥିବା ବେଳେ ଡିସେମ୍ବର ୨୪ ତାରିଖ ସକାଳେ ହରିରାଜପୁର ସ୍ଥିତ ସୋମନାଥ ମନ୍ଦିରକୁ ବାଇକରେ ଯାଉଥିଲେ। ଏହି ସମୟରେ ହରିରାଜପୁର କ୍ଳବ ଘର ସାମ୍ନାରେ ଗାଡ଼ି ରଖି ଫୋନ୍ ରେ କଥା ହେଉଥିବା ବେଳେ  ଅଭିଯୁକ୍ତ ମାନେ ସେମାନଙ୍କ ନିକଟକୁ ଆସି କ୍ଲବ ଘର ସାମ୍ନାରେ କାହିଁକି ବାଇକ ପାର୍କିଂ କରିଛ ବୋଲି ପଚାରିଥିଲେ। ପରେ ଦୁଇ ବନ୍ଧୁଙ୍କଠାରୁ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟ ନେଇ ଆକାଉଣ୍ଟ ହ୍ୟାକ୍ କରୁଥିବା ମିଥ୍ୟା ଆରୋପ ଆଣି ଆକ୍ରମଣ କରି ଜୋଜବରଦସ୍ତ ସେମାନଙ୍କଠାରୁ ବାଇକ ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି ଡିସେମ୍ବର ୨୬ ତାରିଖରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏ ନେଇ ଥାନାରେ ଏକ କେସ ନଂ ୪୩୬/୨୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ଠାରୁ ସୁଚନା ମିଳିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୨/୨୦୨୪----୭,୧୫ Sakhigopal News,28/2/2024

Popular Posts