ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତିକ ବୃଦ୍ଧ ଦିବସ ପାଳିତ
ଭଞ୍ଜନଗର--ଘୁମୁସର ବରିଷ୍ଠ ନାଗରିକ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତିକ ବୃଦ୍ଧ ଦିବସ ରବିବାର ପାଳନ କରାଯାଇଛି | ମଞ୍ଚ ର ସଭାପତି ସୋମନାଥ ନାୟକ ସଭାପତିତ୍ବ କରିଥିବା ବେଳେ ଏବଂ ଭଞ୍ଜନଗର ଥାନାଧିକାରୀ ଉଗବାନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ୧୯୯୧ମସିହାରୁ ପୃଥିବୀ ରେ ପ୍ରତ୍ୟେକ ଦେଶରେ ବୃଦ୍ଧ ଦିବସ ପାଳନ କରିଆସୁଛନ୍ତି । ସେସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷାପାଇଁ ଆମ ସରକାର ଏକ ଜାତୀୟ ଆଇନ 2007 ସଲ ଠାରୁ ପ୍ରାଣିତ ହୋଇଅଛି ସେଇଆଇନକୁଧରି ରାଜ୍ୟ ସ୍ତରରେ ଓଡିଶା ସରକାର 2016 ରେ ପ୍ରାଣିତ କରିଛନ୍ତି । କିନ୍ତୁ ସେଇ ଆଧାରରେ ବରିଷ୍ଠ ନାଗରିକ ମାନଙ୍କୁ ରାଜ୍ୟ ସରକାର ସୁବିଧା ସୁଯୋଗ ଦେବାରେ ଧ୍ୟାନ ଦିଆଯାଇପାରୁନାହଁ ବୋଲି ସଭାପତି କ୍ଷୋଭପ୍ରକାଶ କରିଥିଲେ । ଆଜିର ଦିବସ କୁ ଜିଲ୍ଲା ସ୍ତରୀୟ ଛତ୍ରପୁର ଠାରେ ପାଳନ କରାଯାଉଥିଲେ ସୁଦ୍ଧା ଆମର ଏକ ବରିଷ୍ଠ ନାଗରିକ ମଞ୍ଚକୁ ସେଥିରେ ଯୋଗ ଦେବାପାଇଁ ସୁଯୋଗ ନଦେବା ଦୁଃଖର ବିଷୟ । ଏଥୁରେ ବକ୍ତବ୍ୟ ରଖିଥିଲେ ଲିଙ୍ଗରାଜ ଜେନା ବରିଷ୍ଠ ଓକିଲ ବିଜୟ କୁମାର ପାତ୍ର, ସନ୍ତୋଷ କୁମାର ମିଶ୍ର, ବାଳକୃଷ୍ଣ ବେହେରା, ହରିକୃଷ୍ଣ ସାହୁ, ସୁରେନ୍ଦ୍ର ବେହେରା ଏବଂ ପ୍ରତାପ ଚନ୍ଦ୍ର ସାହୁ । ଆଜିର ଲକି ବିଜତା ରବିନାରାୟଣ ସାମନ୍ତି ,ପ୍ରତାପ ଚନ୍ଦ୍ର ସାହୁ ଆଜିର ଭାଗ୍ୟଶାଳୀ ବିଜେତା ଘୋଷିତ କରାଯିବା ସହ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପୁରସ୍କୃତ କରାଯାଇଥିଲା। ଶେଷରେ ମଧୁସୂଦନ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୩----୯,୨୦ Sakhigopal News,1/10/2023