Breaking News

ରକ୍ଷଣା ବେକ୍ଷଣ ଅଭାବରୁ ଅଚଳ ଅବସ୍ଥାରେ ପଡ଼ିରହିଛି ସ୍କାଉଟ୍ସ ଡେନର "ଶିଶୁ ଉଦ୍ୟାନ




ଜଟଣୀ --ସ୍ଥାନୀୟ ଟ୍ରାଫିକ କଲୋନୀରେ ଅବସ୍ଥିତ ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସର ତାଲିମ କେନ୍ଦ୍ର ଅବହେଳିତ ଅବସ୍ଥାରେ ପଡ଼ିରହିଛି l ସୂଚନା ମୁତାବକ ଏହା ଏକ ଭାରତ ବର୍ଷର ୭୨ ବର୍ଷର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ l ଏଠାରେ ଶିଶୁମାନଙ୍କୁ ନିଃସ୍ୱାର୍ଥପର ସେବା, ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା, ସବୁ ସମୟ ସବୁ ପରିସ୍ଥିତିକୁ ମୁକାବିଲା କରି କାର୍ଯ୍ୟ କରିବାର ଶିକ୍ଷା ପ୍ରଦାନ କରାଯାଏ l ଏହି ତାଲିମ କେନ୍ଦ୍ରଟି ପୂର୍ବତଟ ରେଲୱେ ଅଧୀନରେ କାର୍ଯ୍ୟକାରୀ ହୋଇଥାଏ l ଦୁଃଖର ବିଷୟ ଏହି ତାଲିମ କେନ୍ଦ୍ରଟି ବହୁ ପୁରାତନ ହୋଉଥିଲେ ମଧ୍ୟ ଏହାର ନବୀକରଣ ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ l ରେଲୱେ ପକ୍ଷରୁ କୋଟି କୋଟି ଟଙ୍କା ଟେଣ୍ଡର ମାଧ୍ୟମରେ ଖର୍ଚ୍ଚ କରି ରାସ୍ତାଘାଟ, ଅଫିସର ଭବନ, ବାସଗୃହ, କାର୍ଯ୍ୟାଳୟ ଆଦି ନବୀକରଣ ଉପରେ ନବୀକରଣ ହୋଇଥାଏ l କିନ୍ତୁ ଯେଉଁଠି ଛୋଟ ଛୋଟ ଶିଶୁ ମାନେ ଏହି କେନ୍ଦ୍ରରେ ବିଦ୍ୟା ଅଧ୍ୟୟନ କରି ଦେଶ ତଥା ସମାଜର ମଙ୍ଗଳ ପାଇଁ ନିଃସ୍ୱାର୍ଥପର ସେବା ଯୋଗାଇବା ଏବଂ ନିଜକୁ ସମାଜ ଏବଂ ଦେଶରେ ଜଣେ ସୁନାଗରିକ ହୋଇ ଗଢି ତୋଳିବାର ତାଲିମ ପାଇଥାନ୍ତି l
ସେହି ଶିକ୍ଷାନୁଷ୍ଠାନର ଉନ୍ନତି କରଣ କାର୍ଯ୍ୟ ରେଲୱେ ଉଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ନ ପଡିବା ଅତି ଦୁଃଖର ବିଷୟ l ଏହି କେନ୍ଦ୍ରର ସୁରକ୍ଷା ପାଚେରୀ ଫାଟି ଆଁ କଲାଣି l ଶିକ୍ଷାନୁଷ୍ଠାନ ଗୁଡିକରେ ଔଷଧୀୟ ବୃକ୍ଷ, ଫୁଲ, ଫଳ ବୃକ୍ଷ ରୋପଣ ହେବା କଥା ଏହି ଶିକ୍ଷାନୁଷ୍ଠାନରେ କେବଳ କୋଡିଏ ରୁ ତିରିଶ ଶାଗୁଆନ ବୃକ୍ଷ ରୋପଣ କରିବା କାହା ସ୍ୱାର୍ଥରେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି l ଶିକ୍ଷାନୁଷ୍ଠାନର ପରିସର ଭିତରେ ଶିଶୁଙ୍କ ଆମୋଦ ପ୍ରମୋଦ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଶିଶୁ ଉଦ୍ୟାନ ନିର୍ମାଣ କଲେ l ଯାହା ଆଜି ରକ୍ଷଣା ବେକ୍ଷଣ ଅଭାବରୁ ବର୍ତ୍ତମାନ ଶିଶୁମାନେ ଏଠାରେ ଖେଳିବାରୁ ବଞ୍ଚିତ ହୋଉଛନ୍ତି l ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମତରେ ରେଲୱେ କତୃପକ୍ଷ ଏହି ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପ୍ରତି ଦୃଷ୍ଟି ଦେଇ ଏହାକୁ ନବୀକରଣ କରାଯାଇ ପୁନଃଉଦ୍ଧାର କରିବା ପାଇଁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୦/୨୦୨୩---୮,୫୫ Sakhigopal News,1/10/2023

Blog Archive

Popular Posts