ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ---ସହର ଓ ଗ୍ରାମୀଣ ପରିବେଶକୁ ପରିଷ୍କାର,ପରିଚ୍ଛନ୍ନ ବଜାୟ ରଖିବା ସହ ଏକ ସୁସ୍ଥ ତଥା ଆବର୍ଜନା ମୁକ୍ତ ଦେଶ ଗଠନ କରିବା। ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମ ପଞ୍ଚାୟତ ରେ "ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ପୁରୁଷ ଓ ମହିଳା ମିଶି ବି.ଡି.ପୁର ମୁଖ୍ୟ ରାସ୍ତା ତଥା ପୂର୍ତ୍ତ ବିଭାଗ ନିର୍ମାଣଧୀନ ନୂତନ ରାସ୍ତା ଯାହାକି ଗ୍ରାମପଂଚାୟତ କାର୍ଯ୍ୟଳୟ ଠାରୁ ଭାୟା ଉଗ୍ରତାରା ମନ୍ଦିର କୁସୁମ ବନ୍ଧ ଦେଇ ପୁରୁଣା ବ୍ୟଙ୍କ ଛକ ଯାଏ ସଫେଇ କରାଯାଇଥିଲା । ଉଗ୍ରତାରା ମନ୍ଦିର ଚାରିପାଖରେ ଥିବା ମଇଳା ଆବର୍ଜନା,ସର୍ଵସାଧାରଣ ସ୍ଥାନ, ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଅଳିଆ ଆବର୍ଜନା କୁ ଅପସାରଣ କରି ଗାଡି ମଧ୍ୟରେ ସହର ଠୁ ଦୂର ରେ ଥିବା ଡମ୍ପିଙ୍ଗୟାର୍ଡ ଠାରେ ପକେଇ ଦିଆଯାଇଛି । ଅପରାହ୍ନ ରେ ଚନ୍ଦ୍ର ଶେଖର ମାର୍କେଟ ଚାରି ପାଖରେ ଥିବା ଅଳିଆ,ଆବର୍ଜନା ସାଙ୍ଗ କୁ ହାଇସ୍କୁଲ ପାଚେରୀ କୁ ଲାଗି ରହିଥିବା ଅଳିଆ,ଆବର୍ଜନା କୁ ଉଠାଯାଇଥିଲା । ସହର ଅଂଚଳ ରାସ୍ତାଘାଟ, ଜଳାଶୟ,ସର୍ଵସାଧାରଣ ସ୍ଥାନ, ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ସହ ଏକ ଉତ୍ତମ,ପ୍ରଦୂଷଣ ମୁକ୍ତ ଓ ସ୍ବାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମ ସହର ବାସୀ ଙ୍କୁ ସଚେତନତା କରାଯାଇଥିଲା । ପଞ୍ଚାୟତ ତରଫରୁ ଜନସାଧାରଣ ତଥା ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କୁ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିୟା ଯାଇଛି କି ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ସର୍ବ ସାଧାରଣ ସ୍ଥାନ ରେ ଅଳିଆ ଆବର୍ଜନା ଗୁଡିକ ଏଣେତେଣେ ନ ଫୋପାଡ଼ି ଆବଶ୍ୟକ ସ୍ଥଳେ ଗ୍ରାମପଂଚାୟତ କାର୍ଯ୍ୟଳୟ କୁ ଯାଇ ଆବର୍ଜନା କୁଣ୍ଡ କୁ ଆଣି ଅଳିଆ ଆବର୍ଜନା ପକାଇବା ପାଇଁ ଅନୁରୋଧ କରାଯାଇଛି । ଆବର୍ଜନା କୁଣ୍ଡ ମାଗଣା ରେ ଦେବା ପାଇଁ ଗ୍ରାମପଂଚାୟତ ତରଫରୁ ପ୍ରତିଶୃତି ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ କୁମାର ପଣ୍ଡା,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,କନିଷ୍ଠ ଯତ୍ନୀ ଶ୍ରୀ ଦୀପକ କୁମାର ସାହୁ,ପିଇଓ ଶ୍ରୀ ନିରଞ୍ଜନ ପଟ୍ଟନାୟକ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ଦିଲ୍ଲୀପ କୁମାର ସେଠୀ,ବିଦେଶୀ ଖଟେଇ, ଖଦାଳ ସ୍ୱାଇଁ, ଗଙ୍ଗା ସାହୁ,କାହ୍ନୁ ଚରଣ ପରିଛା,ସନ୍ତୋଷ କୁମାର ବାରିକ,ଜିତେନ୍ଦ୍ର ରଥ,ମହେଶ ପ୍ରସାଦ ରଥ,ମଧୁସୂଦନ କର,ଖଦାଳ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପରିଡ଼ା,ବସନ୍ତ ବସନ୍ତୀୟା,ଭଗବାନ ଗୌଡ଼,ପଞ୍ଚୁ ସାହୁ,ପ୍ରଶ୍ନ କୁମାର ସ୍ୱାଇଁ,ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟସଭ୍ୟା, ଏମ.ବି.କେ, ସି.ଆର.ପି, ମିଶନ ଶକ୍ତି ଗ୍ରୁପ ର ମା,ମାନେ ସ୍ୱାସ୍ଥ୍ୟ କର୍ମୀ ଦିଦି,ଗ୍ରାମାଞ୍ଚଳ ଅଧିବାସୀ ବୃନ୍ଦ,ବହୁ ବୁଦ୍ଧିଜୀବୀ, ଯୁବଗୋଷ୍ଠି ପ୍ରମୁଖ ଉପସ୍ଥିତ ରହି ସ୍ୱଛତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ରୁ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ସମସ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିବା ସହିତ ସୁସ୍ଥ ସମାଜ ପାଇଁ, ଓ ସ୍ବଚ୍ଛ ଓ ସୁନ୍ଦର ପରିବେଶ ଅତ୍ୟନ୍ତ ଆବଶ୍ୟକ ଏବଂ ସ୍ବଚ୍ଛତା ରହିଲେ ଆମେ ସମସ୍ତେ ନିରୋଗ ରହିବାର ମୂଳ ମନ୍ତ୍ର ବୋଲି ଆହ୍ଵାନ ଦେଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୩----୧୦,୩୫ Sakhigopal News,1/10/2023