Breaking News

ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ମୟ ହେଲା ବେରଵୋଇର ଐତିହ୍ୟ ଗାନ୍ଧୀ ପୀଠଓ


ଡେଲାଙ୍ଗ - ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ଅବସରରେ ଡେଲାଙ୍ଗ ବେରଵୋଇର ଐତିହ୍ୟ ଯୁକ୍ତ ବେରଵୋଇ ଗାନ୍ଧୀ ପୀଠ ଗହଳ ଚହଳ ଓ ଚଳଚଞ୍ଚଳ ହୋଇଉଠିଥିଲା । ବେରଵୋଇ ଗାନ୍ଧୀ କମିଟିର ସଭାପତି ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ ଓ ସମ୍ପାଦକ ଚନ୍ଦ୍ରଶେଖର ବିଶ୍ଵାଳ ଏବଂ ଅନ୍ୟ ସଭ୍ୟ ସଭ୍ୟାଙ୍କ ତତ୍ତ୍ଵାବଧାନରେ ପୀଠ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ସୂତ୍ରମାଳା , ପୁଷ୍ପମାଳା ଅର୍ପଣ କରାଯାଇ ଧୂପ ଦୀପ ପ୍ରଜୋଳନପୂର୍ବକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କସ୍ତୁରବା କେନ୍ଦ୍ରର ସଂଚାଳିକା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କବିତାରାଣୀ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାଵଧନରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସମସ୍ତେ ଗାନ୍ଧୀଙ୍କ ପ୍ରିୟଭଜନ ରଘଉପତି ରାଘବ ଏକ ସ୍ଵରରେ ଗାଇ ପିଠ ପରିସରକୁ ଗାନ୍ଧୀମୟ କରିଥିଲେ।ବିଲବାଡ଼ି କେନ୍ଦ୍ରର କୁନିକୁନି ପିଲାମାନେ ଓ ଅନ୍ୟ ସମସ୍ତଙ୍କ ମୁଖରୁ ଗାନ୍ଧୀ ଓ ଶାସ୍ତ୍ରୀ ଅମର ରହେ,ଜୟ ଯବାନ ଜୟ କିଷାନ୍ ,ଆମର ନୀତି ଅହିଂସା ନୀତି,ଆମେ ଚାହୁଁ ବିଶ୍ବ ଶାନ୍ତି ଆଦି ଧ୍ବନିରେ ସମଗ୍ର ପରିବେଶ ମୁଖରିତ ହୋଇ ଉଠିଥିଲା । ଏଥିରେ ରାଜ୍ୟର ପୂର୍ବତନ ଶିଶୁ ସୁରକ୍ଷା ଅଧ୍ୟକ୍ଷ ଗାନ୍ଧୀ ପ୍ରେମୀ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ହେମନ୍ତ କୁମାର ଛୋଟରାୟ , ବରିଷ୍ଠ ଗବେଷକ ଐତିହାସିକ ଭୀମସେନ ମହାପାତ୍ର,ଗାନ୍ଧୀ ଚିନ୍ତନରେ ଅନୁପ୍ରାଣିତ ତଥା ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ , ସମାଜସେବୀ ଦିତୀକୃଷ୍ଣ ରାଉତ, ଭାଗୀରଥି ପରିଡ଼ା, ଅମରେନ୍ଦ୍ର ବାରିକ, ସର୍ବେଶ୍ଵର ବରେଇ , ଶିକ୍ଷକ ଅଭୟ ଚରଣ ସାହୁ ଓ ଅନ୍ୟ ମାନେ ଯୋଗଦେଇ ଗାନ୍ଧୀଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ନିତି ଓ ଆଦର୍ଶକୁ ଆଜିର ସମାଜ ଭୁଲି ନଯାଇ ପ୍ରତ୍ୟେକ ନିଜ ନିଜ ଭିତରେ ପ୍ରୟୋଗ କଲେ ଏକ ସୁସ୍ଥ ସମାଜର ସ୍ବପ୍ନ ସାକାର ହୋଇପାରିବ ବୋଲି କହିଥିଲେ।
 ସ୍ଥାନୀୟ ବିଧାୟକ ରୁଦ୍ର ମହାରଥୀଙ୍କ ସମେତ କୃଷକ ନେତା ସମାଜ ସେବୀ ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ,  ରାଧାମୋହନ,ଆଇନଜୀବୀ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସତ୍ୟ ଶାନ୍ତି ଅହିଂସାର ମୂର୍ତ୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୩---୯,୧୦ Sakhigopal News,4/10/2023

Blog Archive

Popular Posts