ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
ଜଟଣୀ : ବରିଷ୍ଠ ନାଗରିକ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ତାଲୁକ ଆଇନସେବା କମିଟି ଏବଂ ଅଖିଳ ଭାରତୀୟ ପେନସନ୍ ଭୋଗୀ ଆସୋସିଏସନ୍ ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନଗତ ସରକାରୀ ଯୋଜନା ଅପହଞ୍ଚ ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଅଲ ଇଣ୍ଡିଆ ସେଣ୍ଟ୍ରାଲ ଗଭର୍ନମେଣ୍ଟ ପେନସନ ଆସୋସିଏସନ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ସମ୍ଭାବନା ପରିବାରର ଆଇନ୍ ପରାମର୍ଶଦାତା ଆଇନଜୀବୀ ଅକ୍ଷୟ କୁମାର ଦାସଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କନିଷ୍ଠ ଦେୱାନି ଅଦାଲତର ବିଚାରପତି ହିତାଶ୍ରୀ ବେହେରା ଓ ସମ୍ମାନୀତ ଅତିଥି ଭାବେ ଜଟଣୀ ବାର୍ ଆସୋସିଏସନର ସମ୍ପାଦକ ବିଜୟ କୁମାର ମହାପାତ୍ର, ଉପସଭାପତି ପ୍ରଦୀପ କୁମାର ଜେନା , ପୂର୍ବତନ ସମ୍ପାଦକ ଅଧିବକ୍ତା ସଂଜୟ କୁମାର ମହାପାତ୍ର, ପେନସନ୍ ଆସୋସିଏସନର ସଭାପତି ବିକେ ସାମଲ , ସମ୍ପାଦକ ବିଜୟ ରାମ ମହାନ୍ତି ଯୋଗଦେଇଥିଲେ l ପରିଣତ ବୟସରେ ବରିଷ୍ଠ ନାଗରିକ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା, ଚାକିରିରୁ ଅବସର ଗ୍ରହଣ ପରେ ପେନସନ ବାବଦରେ ଅନେକ ସମୟରେ ହେଉଥିବା ଅସୁବିଧା ବାଦ ନ୍ୟାୟପାଳିକାରେ ସମସ୍ୟା ସମାଧାନ ଦିଗରେ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ବିସ୍ତୃତ ଭାବରେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ବୁଝାଇଥିଲେ l ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଅଧିବକ୍ତା ମାନସ କୁମାର ସୁବୁଦ୍ଧିଙ୍କ ସମେତ କୋର୍ଟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମକୁ ସଭାପତି ସନ୍ତୋଷ ହୋତା, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା ଓ ସହ କୋଷାଧ୍ୟକ୍ଷା ନିରୂପମା ସ୍ୱାଇଁ, ସହ ସମ୍ପାଦକ ଅମିନ ରାଉତ, ସଂଗଠନ ସମ୍ପାଦକ ଦିଲୀପ ସିଂ ଓ ଶରତ କୁମାର ରେଡି, ଉପସଭାପତି ସଞ୍ଜୟ ବରିସଲ, ଲୁସେନ ରାୟ, ପ୍ରଶାନ୍ତ ସାହୁ, ମମତା ବେହେରା, ସ୍ମିତା ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସମ୍ଭାବନା ପରିବାରର ସମ୍ପାଦକ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୦/୨୦୨୩---୮,୧୦ Sakhigopal News,1/10/2023