ନିଶା ଓ ହିଂସା ଛାଡ ,ସତ୍ୟ ,ଶାନ୍ତି ଓ ଅହିଂସା ପଥ ଅନୁସରଣ କର
ଡେଲାଙ୍ଗ - ଭାରତ ବର୍ଷରେ ଜନ୍ମ ଗ୍ରହଣ କରି ବିଶ୍ୱର ଜଣେ ସର୍ଵଶ୍ରେଷ୍ଠ ମଣିଷ ଭାବେ ସର୍ବତ୍ର ପୂଜନୀୟ ମହାପୁରୁଷ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଓ ଶାନ୍ତି,ସଚ୍ଚୋଟତା, ସହନଶୀଳତାର ନିଚ୍ଛକ ନିଦର୍ଶନ ଶାନ୍ତିଦୂତ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ପାଳନ ଅବସରରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ଗଭୀର ଆଲୋଚନା ଚକ୍ର ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଇତ୍ୟବସରରେ ପାଠାଗାରର ମୂଖ୍ୟ କର୍ଣ୍ଣଧାର ସୁସାହିତ୍ୟିକ ଶିକ୍ଷାବିତ୍ କାଶୀନାଥ ମହାପାତ୍ରଙ୍କ ପୌରହିତ୍ୟରେ ପାଠାଗାର ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଷଡଙ୍ଗୀ, ସୁବକ୍ତା ଭାବେ ବିଶିଷ୍ଟ ଗାନ୍ଧୀ ପ୍ରେମୀ ତଥା ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜସେବୀ ଅନାମ ମଲ୍ଲିକ, ବିଶିଷ୍ଟ ଐତିହାସିକ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଗବେଷକ ଭୀମସେନ ମହାପାତ୍ର, ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ପାଠୀ , ଆମନ୍ତ୍ରିତ କବି, କବୟିତ୍ରୀ, ଶିକ୍ଷକମାନେ ଯୋଗଦେଇ ଏହି ଦୁଇ ମହାନ୍ ଦେଶଭକ୍ତଙ୍କ କଥା ଓ ଗାଥା କୁ ସ୍ମରଣ କରି ତତ୍କାଳୀନ ସମୟ ଓ ସମାଜର ଅନେକ ଜଟିଳ ଘଡ଼ି ସନ୍ଧି ମୂହୁର୍ତ୍ତରେ ସେମାନଙ୍କର ଉପସ୍ଥିତ ବୁଦ୍ଧି, ପ୍ରତିକୂଳ ପରିସ୍ଥିତିରେ ଦେଶ ରକ୍ଷା ପାଇଁ ଅପୂର୍ବ ଅଭୂତପୂର୍ବ ତ୍ୟାଗ ଏବଂ ସେମାନଙ୍କ ଦୁଃଖଦ,ସଂଗ୍ରାମମୟ, ତଥ୍ୟମୟ ଜୀବନର ଆଲୋକପାତ୍ ପୂର୍ବକ ପ୍ରତ୍ୟେକ ବ୍ୟକ୍ତି ନିଶା, ହିଂସା ଓ ଅସତ୍ୟକୁ ଛାଡି ସତ୍ୟ, ଶାନ୍ତି , ପ୍ରୀତି ,ସଦ୍ ଭାବନା,ଅହିଂସା ମନ୍ତ୍ରରେ ଦିକ୍ଷୀତ ହବା ସହ ସେହି ମହାନ୍ ଯୋଗୀ ,ଦେଶସେବକମାନଙ୍କ ମହନୀୟ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ପ୍ରାରମ୍ଭରୁ ପ୍ରତ୍ୟେକ ନିଜ ନିଜ ଜୀବନକୁ ସତ୍ ମାର୍ଗରେ ଗଢି ତୋଳିଲେ ତାହା ସେହି ଦେଶପ୍ରେମୀ ମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସ୍ବସ୍ବ ବକ୍ତବ୍ୟରେ ମତବ୍ୟକ୍ତ କରିଛନ୍ତି ।ଏଥିରେ ପ୍ରଧାନ ଶିକ୍ଷକ ତଥା ସଙ୍ଗୀତ ଗାୟକ ଦିଗମ୍ବର ରଥ, ସାହିତ୍ୟ ପ୍ରେମୀ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର, ବ୍ୟଙ୍ଗ କବି ଶିକ୍ଷକ ଚନ୍ଦ୍ରଶେଖର, ପ୍ରକୃତି ମିତ୍ର ଆଇନଜୀବୀ ପରିବେଶ ପ୍ରେମୀ କବି ହୃଷୀକେଶ ପାଢ଼ୀ, କବୟିତ୍ରୀ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶ, ସମାଜସେବୀ ଜ୍ୟୋତ୍ସ୍ନା ମୟୀ ସ୍ବାଇଁ, ଶିକ୍ଷକ ଫକିର ଚନ୍ଦ୍ର ଦାସ, କୈଳାସ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ମାଧ୍ୟମରେ ଡେଲାଙ୍ଗ ବେରଵୋଇରେ ଗାନ୍ଧୀଙ୍କ ସାତଦିନିଆ ରହଣି,ଗାନ୍ଧୀ ଶାସ୍ତ୍ରୀଙ୍କ କଷ୍ଟ ଯୁକ୍ତ ଆଦର୍ଶ ନିରାଡମ୍ବର ଜୀବନଶୈଳୀ , ବର୍ତ୍ତମାନ ସମାଜରେ ଏହାର ଆବଶ୍ୟକତା ଓ ଉପାଦେୟତା ଓ ବର୍ତ୍ତମାନ ସମାଜ ର ଦୃଷ୍ଟି ଭଙ୍ଗୀ ଉପରେ ସୁନ୍ଦର କବିତା ଗାଇ ପାଠାଗାର ପରିସରକୁ ଗାନ୍ଧୀ ମୟ ଓ ଶାସ୍ତ୍ରୀ ମୟ କରିଥିଲେ।ଯୁଵ ପ୍ରତିଭା ସୁରେଶ କୁମାର ମନ୍ତ୍ରୀ ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାହିତ୍ୟ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ କବିତା ଗାଇ ଧନ୍ୟବାଦ ଦେଇଥିଲାବେଳେ ସମସ୍ତଙ୍କର ସହଯୋଗ ଓ ଉପସ୍ଥିତ ପାଇଁ ସମାଜସେବୀ କାଶୀନାଥ ମହାପାତ୍ର ସମସ୍ତଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରି ଏହି ଭଳି ଆଗକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୩---୯,୩୫ Sakhigopal News,4/10/2023