Breaking News

ଦୁଇଦିନିଆ ବ୍ଲକ ସ୍ତରୀୟସଂଶୋଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର



ଜଟଣୀ- ବ୍ଲକ କାର୍ଯ୍ୟାଳୟ ପରିସରରେ  ଦୁଇ ଦିନିଆ ବ୍ଲକସ୍ଥରୀୟ ସଂଶାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ସ୍ତରରେ ଶିକ୍ଷା, ଯୋଗାଯୋଗ ଉପକ୍ରମର ପ୍ରସାର ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ଵନସ୍ଥ ରେ ଥିବା ୧୫ ଗୋଟି ପଞ୍ଚାୟତର ପ୍ରାୟ ୩୯ ଦଳ ଅଂଶଗ୍ରହଣ କରିଥିଲେ । ସର୍ବମୋଟ ୭୮ କଳାକାର ଏହି ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଇଥିଲେ | ଏହି କଳାକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ ଉଦଘାଟନ
କରିଥିଲେ । ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ନିରୋଦ କୁମାର ସାମଲ, ବ୍ଲକ କଳା ସଂସ୍କୃତି ଉପସଭାପତି ଦୁର୍ଗାଚରଣ ମାର୍ଥା, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ା,ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ, ସମନୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଧୁମିତା ପାରିଜା, ବ୍ଲକ ସଞ୍ଚାଳିକା ମିଶନ ଶକ୍ତି ଦିପ୍ତିମୟୀ ପ୍ରହରାଜ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ସଞ୍ଜୁଲତା ଦେଇ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଇତିଶ୍ରୀ ସାମଲ ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । କଳାକାର ମାନେ ନିଜର କଳା ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କିପରି ଲୋକମାନଙ୍କୁ ଏହି ସବୁ ଯୋଜନା ଗୁଡିକ ମାଧ୍ୟମରେ ଯଥା,ମମତା ଯୋଜନା, ମଧୁବାବୁ ପେନସନ ଯୋଜନା, କୃଷି ବୀମା ଯୋଜନା, ସ୍ବାସ୍ଥ୍ୟ ଯୋଜନା ସମ୍ଭଦ୍ଧରେ ସଚେତନତା କରାଇବା ସହିତ ଏହି ଯୋଜନା ଗୁଡିକୁ ସଫଳ ରୂପାୟନ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ।। ଏହି କାର୍ଯ୍ୟକ୍ରମ କୁ ସରସ ଓ ସୁନ୍ଦର କରିବାରେ ପ୍ରୋଗ୍ରାମ ଆସିଷ୍ଟାଣ୍ଡ, ଦିଲୀପ କୁମାର ମହାପାତ୍ର ଏବଂ କନିଷ୍ଠ କିରାଣୀ ସୁମନ କୁମାର ମଲ୍ଲିକ ସୁଚାରୁ ରୂପରେ ପରିଚାଳନ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୦/୨୦୨୩---୮,୫୫ Sakhigopal News,6/10/2023

Blog Archive

Popular Posts