Breaking News

ସାଇ ଗୁରୁକୁଳ ଆବାସିକ ବିଦ୍ୟଳାୟରେ ବନ୍ୟପ୍ରାଣୀ ସପ୍ତାହ ଏବଂ ବିଶ୍ୱ ହସ ଦିବସରେ ଆଲୋଚନା ଚକ୍ର ଅନୁଷ୍ଠିତ

           

ଭଞ୍ଜନଗର-- ଶୁକ୍ରବାର ହସ ଦିବସ ଏବଂ ଅକ୍ଟୋବର 2ତାରିଖ ଠାରୁ 8ତାରିଖ ଯାଏଁ ପାଳନ ହେଉ ଥିବା ବନ୍ୟ ପ୍ରାଣୀ ସପ୍ତାହର ପଞ୍ଚମ ଦିନ ରେ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l  ଆନୁଷ୍ଠାନ ର ସଭାପତି ଶୂଳପାଣି ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏଥି ପୂର୍ବରୁ ବନ୍ୟ ପ୍ରାଣୀ ସପ୍ତାହ ର ପ୍ରଥମ ଦିନରେ ପ୍ରବନ୍ଧ ଓ ବତ୍କୃତା ପ୍ରତିଯୋଗିତା ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର ପ୍ରଧାନ  ଶିକ୍ଷକ ପଞ୍ଚାନନ ସାହୁ ଏବଂ ଆନୁଷ୍ଠାନ ର ଗୁରୁଜୀ ଓ ଗୁରୁମାଙ୍କ ଦ୍ୱାରା କରା ଯାଇ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ପୁରସ୍କାର ଦେବା ପାଇଁ ସ୍ଥିର ହୋଇଛି l ପରିଚାଳନା ମଣ୍ଡଳୀ ସୂର୍ଯ୍ୟ ଭାଉ, ରମାକାନ୍ତ ଭାଇ ଏବଂ ଅଜିତ ଭାଇଙ୍କ ପରାମର୍ଶ କର୍ମେ ଏହି ଭଳି ବହୁ ଦିବସ ଅନୁଷ୍ଠାନରେ ପାଳନ କରା ଯାଇଥାଏ l ଅନୁଷ୍ଠାନ ର ଅଧକ୍ଷ ଅଜିତ କୁମାର ଶତପଥୀ ଏବଂ ପରିଚାଳନା ମଣ୍ଡଳୀ ର ସମସ୍ତ କର୍ମକର୍ତ୍ତା, ସମସ୍ତ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ  l ପରିବେଶ ସୁରକ୍ଷା, ଚାରା ରୋପଣ, ବଗିଚା ସୃଷ୍ଟି, ସ୍ୱଛତା  ବଜାୟ ରଖିବା ସକାଶେ ପୂର୍ବରୁ ଏହି ଅନୁଷ୍ଠାନ କୁ ପ୍ରକୃତି ମିତ୍ର ପୁରସ୍କାର ଓଡିଶା ସରକାର ଠାରୁ ମିଳି ପାରିଛି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୦/୨୦୨୩-----୮,୫୫ Sakhigopal News,6/10/2023

Blog Archive

Popular Posts