ଇତିହାସ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର
ଭଞ୍ଜନଗର---- ଗଞ୍ଜାମ ଜିଲା ଭଞ୍ଜନଗର କେ ଏସ୍ ୟୁ ବି କଲେଜ ଇତିହାସ ବିଭାଗ ପକ୍ଷରୁ ଓଡିଶାର ଲୋକମାନଙ୍କ ଉପରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ସଂଦର୍ଭ ଟିକୁ ଉନ୍ମୋଚିତ କରିଥିଲେ। ଏହି ଅବସରରେ ସେ ଜଗନ୍ନାଥ ସଂସ୍କୃତି ଉପରେ ମତ ପ୍ରକାଶ କରିଥିଲେ। ରାଜ୍ଯ ସରକାର ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କୁ ୫ ଟି ମାଧ୍ୟମରେ ଉନ୍ନତିକରଣ କରିବା ପାଇଁ ଅଢେଇ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ଟଙ୍କାର କାମ ଆରମ୍ଭ ହୋଇଛି। ଛାତ୍ର
ଛାତ୍ରୀ ମାନେ ସ୍ମାର୍ଟ କ୍ଲାସ ରେ ବସି ପାଠ ପଢିବେ। ଅତ୍ୟାଧୁନିକ ଲାଇବ୍ରେରୀ ପ୍ରକୋଷ୍ଠ ସମେତ ପ୍ରମୁଖ ସୁବିଧା ଛାତ୍ର ଛାତ୍ରୀ ଙ୍କୁ ମିଳିବ। ଛାତ୍ରୀ ଛାତ୍ର ମାନେ ୬ ମାସ ମଧ୍ୟରେ ଉକ୍ତ ସୁବିଧା ଗୁଡିକ ପାଇବେ ବୋଲି ବିଡିଓ ଶ୍ରୀ ମହାପାତ୍ର କହିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଇତିହାସ ବିଭାଗ ମୁଖ୍ଯ ଅଧ୍ୟାପକ ଡଃ ରବିନ୍ଦ୍ର ମିଶ୍ର ସଭାକୁ ସଂଯୋଜନା କରିଥିଲେ। ବିଭାଗୀୟ ଅଧ୍ୟାପିକା ଜୋଛନା ରାଣୀ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଛାତ୍ରୀ ମାନସୀ ପାତ୍ର, ଏଲ୍ ପୋଲେଇ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପ୍ରାଧ୍ୟାପକ ବିଭାସ ଦାସ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ବିଦେଶୀ ରାଉତ ଧନ୍ୟବାଦ ଦେଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୦/୨୦୨୩----୮,୫୫ Sakhigopal News,6/10/2023