Breaking News

ଡିଏଭି ପିଟି ଏସ୍ ଆର ସ୍ମୁଲ ପକ୍ଷରୁ ମେରା ଦେଶ ମେରା ମିଟି ଓ କଳସ ଯାତ୍ରା

 

ଭଞ୍ଜନଗର :----   ଡିଏଭି ପିଟି.ଏସ୍ .ଆର୍ ସ୍କୁଲ ପକ୍ଷରୁ ' ମେରା ଦେଶ ମେରା ମିଟି ' କାର୍ଯ୍ୟକ୍ରମ ସହିତ  'କଳସ ଯାତ୍ରା ' ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅମରନାଥ ରଥ ଯୋଗଦାନ କରିବା ସହିତ ବାଡ଼ିରୁ ମାଟି ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଆନୁକୂଲ୍ୟରେ  ଶୁଭାରମ୍ଭ କରାଯାଇଥିଲା ।  ଏହି କଳସ ଶୋଭାଯାତ୍ରାରେ ବିଦ୍ୟାଳୟର ସ୍କାଉଟ୍ ,ଗାଇଡ୍ ଓ ରେଡକ୍ରସ୍ ର ଛାତ୍ରଛାତ୍ରୀ  ତଥା ଅନ୍ୟାନ୍ୟ ଶିକ୍ଷାର୍ଥୀମାନେ ମଧ୍ୟ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଭଞ୍ଜନଗର ସ୍ଥିତ ସନ୍ଦୀପ ହଲ୍ ନିକଟରୁ ଏହି ଶୋଭାଯାତ୍ରା ଆରମ୍ଭ କରାଯାଇ  ବସଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଏହି ପଦଯାତ୍ରା ଯାଇ ଲଣ୍ଡେଇ ସାହି ଛକରେ ରହିଥିଲେ ।ପଦଯାତ୍ରାରେ ସମସ୍ତ ଅଭିଭାବକ ଅଭିଭାବିକା ଓ ଜନସାଧାରଣ ମଧ୍ୟ ଏହି କଳସଯାତ୍ରାରେ ନିଜନିଜ ବାଡ଼ିରୁ ମାଟି ଆଣି କଳସରେ ପ୍ରଦାନ କରିଥିଲେ ।ସମସ୍ତଙ୍କ ମଧ୍ୟରେ  ଜାତୀୟତା ମନୋଭାବ ଜାଗ୍ରତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ଯକ୍ରମଟି ସର୍ବାଙ୍ଗସୁନ୍ଦର ହୋଇପାରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୩----୬,୪୫ Sakhigopal News,1/10/2023

Blog Archive

Popular Posts