Breaking News

୫୨ ହଜାର ୧ ଟଙ୍କାରେ ନିଲାମ ହେଲା ଗଜାନନଙ୍କ ଲଡ଼ୁ




ଜଟଣୀ :- "ମୋ ଜଟଣୀ 'ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଙ୍ଘ ପକ୍ଷରୁ ରବିବାର ୫୩ କେଜି ଗଜାନନଙ୍କ ଲଡ଼ୁର ନିଲାମ  ହୋଇଯାଇଛି l ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ଲଡ଼ୁ ନିଲାମ ଆରମ୍ଭ ହୋଇଥିଲା l ଲଡ଼ୁ ନିଲାମ ଡାକ ୧ ହଜାର ୧ ଟଙ୍କାରୁ ଆରମ୍ଭ ହୋଇ ଶେଷରେ ସ୍ଥାନୀୟ ଅଂଚଳର ବ୍ୟବସାୟୀ ତଥା ଉତ୍କଳ ଫର୍ଣ୍ଣିଚର ଦୋକାନର ମାଲିକ ସୁରେନ୍ଦ୍ର କୁମାର ମହାରଣା ୫୨ ହଜାର ୧ ଟଙ୍କାରେ ନିଲାମ ଡାକି ପ୍ରଭୁ ଗଜାନନଙ୍କ ଲଡ଼ୁର ହକଦାର ହୋଇଥିଲେ l ନିଲାମ ଶେଷରେ ଗଜାନନଙ୍କ ଲଡ଼ୁକୁ ଭକ୍ତଙ୍କ ସହ ସ୍ଥାନୀୟ ସଂଘର କର୍ମକର୍ତ୍ତା ଏକ ସୁସଜ୍ଜିତ ଗାଡ଼ିରେ ସହର ପରିକ୍ରମା କରିଥିଲେ l ଏହି ନିଲାମ ପ୍ରକ୍ରିୟାରେ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ମାନସ ମିଶ୍ର,ଅକ୍ଷୟ କୁମାର ବଳିୟାର ସିଂହ (ନିଲୁ),ଶିବଶଙ୍କର ଅଗ୍ରୱାଲ (ଗୁଡ଼ୁ), ସୁଜିତ କୁମାର ସାହୁ, ନିମାଇଁ ଚରଣ ସ୍ୱାଇଁ ପ୍ରମ୍ମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୦/୨୦୨୩----୬,୧୦ Sakhigopal News,1/10/2023

Blog Archive

Popular Posts