Breaking News

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତିରେ ନିଶା ନିବାରଣ ପାଇଁ ଶପଥ ପାଠ



ସାକ୍ଷୀଗୋପାଳ ---- ସତ୍ୟବଦୀ ବ୍ଳକ ଅନ୍ତର୍ଗତ ନହଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାନ୍ଧୀ  ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ନିଶା ନିବାରଣ ପାଇଁ ଶପଥ ପାଠ କରାଯାଇଛି । ଅନୁଷ୍ଠିତ ସଭାରେ  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ । ଅତିଥି ଭାବେ ସ୍ୱାମିଜୀ ଜୟଦେବ ଭାରତୀ, ସାମାଜିକ କର୍ମୀ ଚିତ୍ରୁପା  ଷଡଙ୍ଗୀ, ଡା, ରାଧେଶ୍ୟାମ ରଥ, ଅବସର ପ୍ରାପ୍ତ ଆକଶବାଣୀ କଟକର ଡାଇରେକ୍ଟର କୃତିବାସ ନାୟକ, ଭାରତ ବିକାଶ ପରିଷଦର ନବଘନ ଶତପଥି , ବିଜୟ କୁମାର ପରିଡା, ଅବସରପ୍ରାପ୍ତ ପ୍ରଧ୍ୟାପକ ନରେନ୍ଦ୍ର ବେହେରା, ମନ ରଞ୍ଜନ ମିଶ୍ରଓ ମଧୁସୂଦନ ରଥ ପ୍ରମୁଖ ଯୋଗ ଦେଇ ନିଶା ଯୋଗୁ ଘର ଭାଙ୍ଗିବା ସହ ସମାଜରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି । ଏଥିରୁ ନିବୃତ୍ତ ରହିବା ପାଇଁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟି ଓ ମହିଳା ଗୋଷ୍ଠୀ ଗ୍ରାମାବସୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍‌ୁତା ଓ ପ୍ରବଦ୍ଧ ପ୍ରତିଯୋଗିତା କରାଯାଇଥିଲା ।ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପରଷ୍କାର ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଜୁକ୍ତା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୩----୭,୧୦   Sakhigopal News, 2/9/2023

Blog Archive

Popular Posts