Breaking News

ସାକ୍ଷୀଗୋପାଳରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୌର୍ଯ୍ୟ ଜାଗରଣ ରଥ ବୁଲିଲା

 


ସାକ୍ଷୀଗୋପାଳ ---- ସତ୍ୟବାଦୀରେ ଶୌର୍ଯ୍ୟ ଜାଗରଣ ରଥ ବଜାର ପରିକ୍ରମା କରି ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ପହଞ୍ଜିଥିଲା । ଏହି ରଥ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଇଛିା ବସଷ୍ଠଣ୍ଡା ଠାରୁ ରଥ ପହଞ୍ଚିବା ପରେ ସେଠାରୁ ନାମ ସଂକୀର୍ତ୍ତନ କରାଯାଇ ରଥକୁ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ମନ୍ଦିର ନିକଟରେ ଅନୁଷ୍ଠିତ ପ୍ରଥପ୍ରାନ୍ତ ସଭାରେ ରାଜେନ୍ଦ୍ର ପ୍ରସାଦ ମହାନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ନିଜର ବକ୍ତବ୍ୟରେ ଏହି ମାଟି ପାଇଁ ବା ଦେଶ ପାଇଁ  ଯେଉଁମାନେ ଜୀବନ ଦେଇଛନ୍ତି ସେମାନଙ୍କୁ ପ୍ରଣାମ ଜଣାଇବା ସହିତ ଏହି ମାଟି ହେଉଛି ପୁଣ୍ୟମାଟି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସହ ସମ୍ପାଦକ ଚିତ୍ତରଞ୍ଜନ ଆଚାର୍ଯ୍ୟ, ସତ୍ୟବାଦୀ ବ୍ଳକର ସଂଯୋଜକ ଗଙ୍ଗାଧର ଛାଟୋଇ ସତ୍ୟବାଦୀ ବ୍ଳକର ସଭାପତି ଅମିନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷୟତ୍ରୀ ମାନେ ରଥରେ ଥିବା ଠାକୁର ରାମ, ଲକ୍ଷ୍ମଣ ମା ସୀତାଙ୍କୁ ପୂଜା ପାଠ କରିବା ସହ ଆଳତୀ କରିଥିଲେ ।  ଅନ୍ୟ ପକ୍ଷେ ସତ୍ୟବାଦୀରେ ଏହି ରଥ ଆସିଥବା ବେଳେ ଜଣେ ମାତ୍ର ବିଜେପି ଦଳର କର୍ମକର୍ତ୍ତାଙ୍କର ଦେଖାନଥିଲା । ଯାହାକୁ ନେଇ ସାକ୍ଷୀଗୋପାଳରେ ବେଶ ଆଲେଚନାର ବିସୟବସ୍ତୁ ହୋଇପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୩----୭,୧୦   Sakhigopal News, 2/10/2023

Blog Archive

Popular Posts