Breaking News

ଖୋର୍ଦ୍ଧା ରୋଡ୍ ରେଳ ରେଳମଣ୍ଡଳରେ ୭୯ତମ ସ୍ୱାଧୀନତା ଦିବସ ପାଳନ:



ଜଟଣୀ :--- ୭୯ତମ ସ୍ୱାଧୀନତା ଦିବସ ଅବସରରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ ଆୟୋଜନ ହୋଇଥିଲା ।  ମଣ୍ଡଳ ରେଳ ପ୍ରବନ୍ଧକ  ଶ୍ରୀ ଅଲୋକ ତ୍ରିପାଠୀ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା । କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ, ସିଭିଲ୍ ଡିଫେନ୍ସ କର୍ମଚାରୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଆକର୍ଷଣୀୟ ପେରେଡ୍ କୁ ନିରୀକ୍ଷଣ କରିଥିଲେ । ପେରେଡ୍ ସମୟରେ ଶ୍ରୀ ତ୍ରିପାଠୀ ସାଲ୍ୟୁଟ ଆଦାନ ପ୍ରଦାନ କରିଥିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶପ୍ରେମ ଓ ଏକତାର ଜ୍ୱଳନ୍ତ ଦୃଶ୍ୟ ପ୍ରକାଶିତ ହୋଇଥିଲା ।
ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ସମ୍ବୋଧନ କରି, ଶ୍ରୀ ତ୍ରିପାଠୀ ସ୍ୱାଧୀନତା ସେନାନୀମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ ।  ଭାରତୀୟ ରେଳ ଦେଶର ବିକାଶ, ସଂଯୋଗ ଓ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ ।
ରେଳମଣ୍ଡଳର କାର୍ଯ୍ୟଦକ୍ଷତା (୨୦୨୪-୨୫) ସମୁଦ୍ରାୟ  ୩୦୫.୩୫୪ ନିୟୁତ ଟନ୍ ପଣ୍ୟ କାରବାର, ଭାରତୀୟ ରେଳରେ ପ୍ରଥମ ସ୍ଥାନ ଅଧିକାର କରିଛି।
୧୪୧. ୫୮ ନିୟୁତ ଟନ୍ ଅନଲୋଡିଂ, ପୂର୍ବବର୍ଷର ରେକର୍ଡ ଭାଙ୍ଗି, ରାଷ୍ଟ୍ରସ୍ତରରେ ପ୍ରଥମ ହୋଇଛି।୧୬୩.୭୭ ନିୟୁତ ଟନ୍ ଲୋଡିଂ, ପୂର୍ବ ବର୍ଷ ମାନଙ୍କରେ ହୋଇଥିବା ପଣ୍ୟ ବୋଝେଇ କୁ ଅତିକ୍ରମ କରି, ସମସ୍ତ ରେଳମଣ୍ଡଳ ମଧ୍ୟରେ ୩ୟ ସ୍ଥାନରେ ରହିଛି।ରଥଯାତ୍ରା ୨୦୨୫ (ପୁରୀ):୫. ୬୯ଲକ୍ଷରୁ  ଅଧିକ ଯାତ୍ରୀ ପରିବହନ ସହିତ ସଫଳତାର ସହିତ ପରିଚାଳନା କରାଯାଇଛି। ୩୬୫ଟି ବିଶେଷ ଟ୍ରେନ୍ ଚଳାଚଳ, ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ (ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଝାରଖଣ୍ଡ, ମହାରାଷ୍ଟ୍ର) ସହିତ ସଂଯୋଗ ।ପ୍ରତିଦିନ ୨ଲକ୍ଷରୁ ଅଧିକ ଯାତ୍ରୀଙ୍କ ପାଇଁ ପାଣି, ଶୌଚାଳୟ, ଟିକେଟ୍ କାଉଣ୍ଟର ଓ ଖାଦ୍ୟ ଷ୍ଟଲ୍ ସୁବିଧା ।
୬ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟଫର୍ମ ଶେଡ୍, ୩ଟି ଷ୍ଟେସନରେ ଫୁଟ୍ ଓଭର୍ ବ୍ରିଜ୍ ।ସ୧୨ଟି ଷ୍ଟେସନର ପ୍ଲାଟଫର୍ମ ପରିଷ୍କାର, ୩୬ଟି ଲୋ-ଲେଭେଲ୍ ପ୍ଲାଟଫର୍ମକୁ ହାଇ-ଲେଭେଲ୍ରେ ପରିବର୍ତ୍ତନ । ରେଳ ମଣ୍ଡଳରେ ୩୮% ରେଲ ଫେଲିୟାର ଓ  ୱେଲ୍ଡ ଫେଲ୍ୟରରେ ୩% କୁ ହ୍ରାସ ।୨୬ଟି ସେତୁର ପୁନର୍ନିର୍ମାଣ/ଶକ୍ତିକରଣ, ୧୬ଟି ଲେଭେଲ୍ କ୍ରସିଂର ଉନ୍ନତିକରଣ ।୫୫୮ଟି କର୍ମଚାରୀ କ୍ୱାର୍ଟରର ରାକ୍ଷଣବେକ୍ଷ ୨୦୨୪-୨୫ ରେ ୧୩୦ଟି କମ୍ପାସନେଟ୍ ନିଯୁକ୍ତି ସମାପ୍ତ ।
ସେବା ଉନ୍ନୟନ ପୁରୀ-ଲାଲଗଡ଼ ସୁପରଫାଷ୍ଟ ଏକ୍ସପ୍ରେସ୍ ୧୩.୦୮.୨୦୨୫ରୁ ଶ୍ରୀଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ । କର୍ମଚାରୀ କଲ୍ୟାଣ ପାଇଁ ସାହିତ୍ୟିକ କାର୍ଯ୍ୟକ୍ରମ ଓ ଯୋଗା ପ୍ରତିଯୋଗିତା । ସମାପନୀ ସମ୍ବୋଧନରେ ଶ୍ରୀ ତ୍ରିପାଠୀ କହିଥିଲେ ।  ପ୍ରତ୍ୟେକ ସୁରକ୍ଷିତ ଟ୍ରେନ୍ ଓ ପ୍ରତ୍ୟେକ ସନ୍ତୁଷ୍ଟ ଯାତ୍ରୀ ଦେଶର ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କାର୍ଯ୍ୟକ୍ରମର ଶେଷରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦେଶାତ୍ମଜନକ ପ୍ରଦର୍ଶନ ସହିତ ଏକତା, ନିଷ୍ଠା ଓ ଦେଶଭକ୍ତିର ବାଣୀ ଉଚ୍ଚାରିତ ହୋଇଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୮/୨୦୨୫----୯,୨୫ Sakhigopal News,16/8/2025

Blog Archive

Popular Posts