ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୭୯ ତମ ସ୍ୱାଧୀନତା ଦିବସ
ଭଞ୍ଜନଗର :-ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ତହସିଲଦାର ପ୍ରମୋଦ କୁମାର ଦଳବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏଥିରେ ସଂଘର ସଭାପତି ବିଭୂତି ଭୂଷଣ ଜେନା ସଭା ପରିଚାଳନା କରିଥିଲେ । ଅମର ବିଳାସ ବେହେରା, ପଦ୍ମନାଭ ପ୍ରଧାନ, ପର୍ଶୁରାମ ସ୍ୱାଇଁ,ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ସୁବାସ ଚନ୍ଦ୍ର ତାରିଣୀ ମଂଚାସୀନ ହୋଇ ଦିବସର ତlପ୍ତଯ୍ୟ ଉପରେ କହିବା ସହ ସ୍ୱାଧୀନତାରେ ଯୋଗ ଦେଇଥିବା ମହାପୁରୁଷମାନଙ୍କ ସ୍ମୃତି ଚାରଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ଗଣେଶ ଚନ୍ଦ୍ର ପଣ୍ଡା ସେମାନଙ୍କ ବକ୍ତବ୍ୟ ରଖିବା ପରେ ସଭାପତି ଶ୍ରୀ ଜେନା ସଭାପତି ଅଭିଭାଷଣ ପ୍ରଦାନକରି ଦେଶମାତୃକାରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ କହିଥିଲେ l ଶେଷରେ ଅନିଲ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l ପାଖାପାଖି ଏକ ଶହରୁ ଉର୍ଦ୍ଧ୍ବ ସଦସ୍ୟ, ସଦସ୍ୟା ଯୋଗଦେଇଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୬/୮/୨୦୨୫---୬,୨୦ Sakhigopal News,16/8/2025