Breaking News

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଦୁଇ ଗିରଫ

Two arrested for molesting a minor.


ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନାରେ ୨ ତାରିଖ ଦିନ ଜଣେ ନାବାଳିକାକୁ ଦୁଇଜଣ ଯୁବକ ଅସଦାଚରଣ କରିବା ସହ କେତେକ ଅଶ୍ଳୀଳ ଫଟୋ ମୋବାଇଲିରେ ଉତ୍ତୋଳନ କରି ନେଇଥିଲେ । ଏହି ଫଟୋକୁ ଦେଖାଇ ନାବାଳିକାକୁ ବ୍ଳାକମେଲ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲେ । ସେମାନଙ୍କ ସହିତ ମିଶିବା ପାଇଁ ବାଧ୍ୟ କରୁଥିଲେ । ନାବାଳିକା ଜଣକ ଶେଷରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗକୁ ଗ୍ରହଣ କରି ୨୨୫/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରହିଥିଲା । ଦିପ୍ତୀ ରଞ୍ଜନ ସ୍ୱାଇଁ, ଓଗର ଗୁନ/ବୁନା  ଓ ସୁଶାନ୍ତ କୁମାର ନାୟକ (ମୁନା )ଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି ଫୋସ୍କ ଆକ୍ଟ ୨୦୧୨ ଲଗାଇ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ,୩/୮/୨୦୨୨---୫,୪୦   Sakhigopal News, 3/8/2022

Blog Archive

Popular Posts