Breaking News

ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ସି.ଏମ୍ କିଷାନ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ




ସାକ୍ଷୀଗୋପାଳ ----ସି ଏମ କିଷାନ ର କିସ୍ତି ଆଜି ପବିତ୍ର ଗଶେଣ ପୂଜା ଅବସରରେ ରାଜ୍ୟର କୃଷକ ମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି। ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର କୃଷି ଓ କୃଷକ ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସରକାର ଦେଇଥିବା କଥା କୁ ପାଳନ କରିଛନ୍ତି ବୋଲି କହିଥିଲେ। ଏହି  ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସିଏମ କିଶାନ ର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା। ପୁରୀ ଜିଲ୍ଲାର ମୋଟ ୨ ଲକ୍ଷ ୨୫ ହଜାର ୬୫୬ ଜଣ କ୍ଷୁଦ୍ର ଓ ନାମ ମାତ୍ର କୃଷକ ଏବଂ ୧୨୧୯ ଜଣ ଭୂମି ହୀନ କୃଷକ ଏହି କିସ୍ତିରେ ୨ହଜାର ଟଙ୍କା ହିସାବରେ ସି ଏମ କିଷାନ ସମ୍ମାନ ନିଧି ସହାୟତା ମାଧ୍ୟମରେ ୪୫,୩୭,୫୦୦୦୦ ଟଙ୍କା ପ୍ରାପ୍ତ କରିଛନ୍ତି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ଓ କୃଷକ ର ବିକାଶ, ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା, ସହାୟତା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଉତ୍ସବ ରେ ଜିଲ୍ଲା କୃଷି ଅଧିକାରୀ, ସମସ୍ତ ବ୍ଲକ ସ୍ତରୀୟ ,ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ, କର୍ମଚାରୀ ଓ ୨୦୦ରୁ ଉର୍ଦ୍ଧ୍ବ କୃଷକ ମାନେ ଉପସ୍ଥିତ ଥିଲେ।କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସୁମିତ୍ରା ଆଚାର୍ଯ୍ୟ ସଂଯୋଜନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୮/୨୦୨୫----୯,୩୫ Sakhigopal News,27/8/2025

Blog Archive

Popular Posts