Breaking News

ଆମ ପରିବାର ତରଫରୁ ଅତାବିରାରେ ଧୁମଧାମରେ ପାଳିତ ହେଲା ସମ୍ବଲପୁରୀ ଦିନ; ଯୋଗ ଦେଲେ ଦୁଇ ପଦ୍ମଶ୍ରୀ...


 On behalf of our family, Sambaluri Day was raised in Dhumdham at Atabira; Joined by two Padmashri...
ବରଗଡ଼ ---ପଶ୍ଚିମ ଓଡିଶାର କଳା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା। ଅଧିଷ୍ଠାତ୍ରୀ ମହାଦେବୀ ମା ସମଲେଇ ଙ୍କ ଅପାର କରୁଣାରୁ ଏଠା କାର ପର୍ବପର୍ବାଣି ଜାନି ଯାତରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା ମାଟିରେ।ଧନୁଯାତ୍ରା,ଶିତଳ ଷଷ୍ଠୀ, ନୁଆଖାଇ,ପୁସପୁନି ପରି ପ୍ରସିଦ୍ଧ ମୁଖ୍ୟ  ଉତ୍ସବ ପାଇଁ ଏ ମାଟି ଗର୍ବିତ।ଏହି ପରିପ୍ରେଷୀରେ ବରଗଡ ଜିଲ୍ଲା ଅତାବିରା ଠାରେ ସାମାଜିକ ଅନୁଷ୍ଠାନ ଆମ ପରିବାର ତରଫରୁ ସମ୍ବଲପୁରୀ ଦିନକୁ ଖୁବ ଧୁମଧାମରେ ପାଳନ କରାଯାଇଛି । ପ୍ରଥମେ ମା ସମଲେଇ ଓ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ଧୁପ ଦିପ ପୁଷ୍ଷ ଅର୍ପଣ ପୂର୍ବକ ଅତାବିରା ଅଗ୍ରସେନ ଭବନ ଠାରେ ଅପରାହ୍ନ ୩ ଟା ସମୟରେ "ଆମ ପରିବାର" ର ବରିଷ୍ଟ ସାମ୍ବାଦିକ ନବିନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଲରମ୍ଭାର ଓଡିଆ ଅଧ୍ୟାପକ ଅଜିତ କୁମାର ନାଥ ଉକ୍ତ ସଭାରେ ସଂଯୋଜନା କରିଥିଲେ । ଏହି ଉତ୍ସବରେ ପଦ୍ମଶ୍ରୀ ଲୋକକବି ରତ୍ନ ଡକ୍ଟର ହଲଧର ନାଗ,ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ,ମିସେସ ଓଡିଶା ୨୦୨୨ ର ବିଜେତା ମାମି ଦାଶ,କଣ୍ଠଶିଲ୍ପି ଜିତେନ୍ଦ୍ରୀୟ ବଢେଇ,ମୁଗ୍ଧା ଦାଶ,ବ୍ୟଙ୍ଗକବି ଦେବେନ୍ଦ୍ର ସାହୁ, ଆକାଶବାଣୀର କଣ୍ଠଶିଲ୍ପି ଶିବଶଙ୍କର ପ୍ରଧାନ,ବରଗଡ ଜିଲ୍ଲା ସଂସ୍କୃତି ଅଧିକ୍ଷକ ସନ୍ତ୍ରାସ ନାରାୟଣ ପଣ୍ଡା ଙ୍କ ସହ ଅବସର ପ୍ରାପ୍ତ ଶିକ୍ଷକ କୈଲାସ ମହାରଣା,ମାମିନା ଖାତୁନ୍ ପ୍ରମୁଖ ଯୋଗ ଦେଇଥିଲେ। ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ଉପରେ ଏହି ଉତ୍ସବରେ ବିଶେଷ ଭାବେ ଚର୍ଚ୍ଚା ହୋଇଥିଲା । ସାଂସ୍କୃତିକ ଅନୁଷ୍ଠାନ(ତୋରା) ,ପାରମ୍ପରିକ ଲୋକକଲା ଓ ସାଂସ୍କୃତିକ ଅନୁଷ୍ଠାନ,କୁଠି ଶାଲ (ଅତାବିରା) ତରଫରୁ ନୃତ୍ୟ ଗିତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରଗଡ ଜିଲ୍ଲା ସଂସ୍କୃତି ବିଭାଗର ଉପ ସଭାପତି ଅମୃତ କୁମାର ବାରିକ,ନାଟ୍ୟକାର ମନୋଜ ଭୋଇ ଏବଂ ଶଙ୍କର ବାରିକ। ଏହା ଛଡା ଅତାବିରା ବ୍ଲକର ମା ମେଟାକାନି ସ୍ୱୟଂ ସହାୟକ ଗୋଷ୍ଠୀ,ଗିରିଜା ଅତାବିରା,ଗାୟତ୍ରୀ,ଶ୍ରୀ ସୌଭାଗ୍ୟ ଲକ୍ଷ୍ମି ,ସୁଭଦ୍ରା ପରି ୬ ଟି ଏସ ଏସ ଜିର ମା ମାନେ  ନିଜ ହାତ ତିଆରି ପାରମ୍ପାରିକ ପିଠାପଣା ଏଠାରେ ପ୍ରଦର୍ଶନ କରାଯାଇଥିଲା।ଶେଷରେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ପରିବାର ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୮/୨୦୨୨----୧୦,୪୦  Sakhigopal News,3/8/2022

Blog Archive

Popular Posts