ଓଡିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
Forest Festival is fostered in Odisha Model School.
ସାକ୍ଷୀଗୋପାଳ----; ପୁରୀ -ଭୁବନେଶ୍ୱରର ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକସ୍ଥିତ ଓଡିଶାଆଦର୍ଶ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ ଆଜିର ଦିନରେ ଗଛର ଉପକାରିତା ଓ ବିନା ଗଛରେ ଆମେ ବଞ୍ଚିବା କଷ୍ଟକର ହୋଇପଡିବ ବୋଲି ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ କହିଥିଲେ । ବେଲ, ଆମ୍ବ, ନିମ୍ବ ବଉଳ, ପିଜୁଳି, ସେପେଟାଓ ଆତ ଆଦି ୧୦୯ଟି ବୃକ୍ଷ ଅତିଥି ଓ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ମାନେ ରୋପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ବିନ୍ଦୁ ସାଗର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଶେଷ କରି ବିଦ୍ୟାଳୟରେ ସବୁଠାରୁ ବଡ ସମସ୍ୟା ହେଉଛି ପାନୀୟ ଜଳ । ଏହା ସହିତ ଖେଳ ପଡିଆ, ପିଲା ମାନଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ସହିତ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଛନ ଗୃହ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ନଜରକୁ ଆଣିଥିଲେ । ବିଧାୟକ କହିଥିଷଲ ବହୁ ଶିଘ୍ର ଏହି ସମସ୍ୟାର ସମାଧାନ କରାଯିବ । ଏହି ବିଦ୍ୟାଳୟଟି ୫ଟି ସାମିଲ ହେବାପରେ ପିଲାମାନେ ବହୁତ ଖୁସିଥିବା ଜଣାପଡିଛି । ଧନ୍ୟବାଦ ଦେଇଥିଲେ ଶିକ୍ଷକ ଅମରଜିତ ପାଇକରାୟ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୮/୨୦୨୨---୫,୪୦ , Sakhigopal News , 3/8/2022