ବିଦ୍ୟାଳୟ ପରିଷରରେ ମାଡ଼ିଲାଣି ଜଙ୍ଗଲୀ ଲତା ; ଅସୁରକ୍ଷିତ ମଣିଲେଣି ଛାତ୍ରଛାତ୍ରୀ
Wild creepers are rampant in the school premises; Students who are considered vulnerable
ଜଟଣୀ----ଜଟଣୀ ସହରର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ରେଳବାଇର ରେଳ କର୍ମଚାରୀ ମାନଙ୍କ ରହିବାପାଇଁ ଟ୍ରାଫିକକଲୋନୀ, ଆକାଉଣ୍ଟସ କଲୋନୀ, ଲୋକକଲୋନୀ, ରେତଙ୍ଗ କଲୋନୀ ଅବସ୍ଥିତ । ଏଠାରେ ବାସକରୁଥିବା ହଜାର ହଜାର ରେଳକର୍ମଚାରି ପିଲାଙ୍କ ପାଠପଢ଼ା ପାଇଁ ଟ୍ରାଫିକ କଲୋନୀରେ "ପୂର୍ବତଟ ମିଶ୍ରିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ "ଅବସ୍ଥିତ । ଏହି ବିଦ୍ୟାଳୟରେ LKG, UKG ଠାରୁ ଆରମ୍ଭ କରି +୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷାଅଧ୍ୟୟନର ସୁବିଧା ଅଛି । ଏହା ରେଳବାଇର ସର୍ବ ବୃହତ୍ତମ ବିଦ୍ୟାଳୟ ଅଟେ । ଅତି ବିଡମ୍ବନାର ବିଷୟ ବର୍ତ୍ତମାନ ଏହି ବିଦ୍ୟାଳୟର ରକ୍ଷଣା ବେକ୍ଷଣର ଅବହେଳା ଦେଖିବାକୁ ମିଳିଛି । ବର୍ଷା ଦିନ ହୋଇଥିବାରୁ ବିଦ୍ୟାଳୟର ସୁରକ୍ଷା ନିମନ୍ତେ ଚତୁର୍ପାଶ୍ୱରେ ନିର୍ମାଣଧୀନ ପାଚେରୀରେ ଜଙ୍ଗଲି ଲତା ମାଡିଯିବା ଦେଖୁବାକୁ ମିଳୁଛି । ବିଦ୍ୟାଳୟ ପରିଷରରେ ଛୋଟ ଛୋଟ ଜଙ୍ଗଲୀ ଗଛ ମାଡିବା ସଙ୍ଗେ ସଙ୍ଗେ ଉଈହୁଙ୍କା ମଧ୍ୟ ସୃଷ୍ଟି ହେଲାଣି । ଫଳରେ ବିଦ୍ୟାଳୟକୁ ପଢିବାକୁ ଆସୁଥିବା ହଜାର ହଜାର ଛାତ୍ରଛାତ୍ରୀ ନିଜକୁ ସୁରକ୍ଷା ମଣୁନାହାନ୍ତି । ଗଛଲତା ମାଡି ଜଙ୍ଗଲ ସୃଷ୍ଟି ହେବାରୁ ସେଥିରେ ସାପ ଭଳି ସରିସୃପର ଭୟ ଅଛି । ଯଦି କିଛି ଛୋଟବଡ଼ ଦୁର୍ଘଟଣା ଘଟେ ତେବେ କଣ ବିଦ୍ୟାଳୟ କତୃପକ୍ଷ ଦାୟୀ ରହିବେ ବୋଲି ଅବିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ଏହା ଏବେ ସଧାରଣରେ ଚର୍ଚ୍ଚା ହେଉଅଛି । ଏତେ ବଡ଼ ଅନୁଷ୍ଠାନର କତୃପକ୍ଷଙ୍କ ଦୃଷ୍ଟି ଗୋଚର କିପରି ପଡୁ ନାହିଁ । କତୃପକ୍ଷ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ ବିଦ୍ୟାଳୟ ଚାରିପାଖ ଏବଂ ବିଦ୍ୟାଳୟ ପରିଷର ସମ୍ପୂର୍ଣ୍ଣ ପରିଷ୍କାର କରିବାକୁ ଛାତ୍ରଛାତ୍ରୀଙ୍କ ଅବିଭାବକ ମାନେ ନିବେଦନ କରିଛନ୍ତି।

ଜଟଣୀରୁ-ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୨/୮/୨୦୨୨----୧୦,୩୦ Sakhigopal News,10,35