Breaking News

ଭଂଜନଗର ଜେଲ୍ ର , ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

Death of an under-trial prisoner in Bhanjnagar Jail

ଭଂଜନଗର - ସ୍ଥାନୀୟ ସ୍ବତନ୍ତ୍ର ଉପ-କାରାଗାର ର ବିଚାରଧୀନ ବନ୍ଦୀ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଭଂଜନଗର ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର  ସୁରେନ୍ଦ୍ର ନାୟକ (୭୦) । ଗୁରୁତର ସୁରେନ୍ଦ୍ର ଙ୍କୁ ଜେଲ୍ କତୃପକ୍ଷ ଙ୍କ ପରାମର୍ଶ କ୍ରମେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୂର୍ବରୁ  ଅସୁସ୍ଥ ରହୁଥିବା ସହ ହୃଦଘାତରେ ସୁରେନ୍ଦ୍ର ଙ୍କ  ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରା ଯାଉଛି ବୋଲି ସୂଚନା ଦେଇଛନ୍ତି ଜେଲ୍ କତୃପକ୍ଷ ଦଣ୍ଡପାଣି ପାତ୍ର । ଅନ୍ୟପକ୍ଷରେ ମିଳିଥିବା ସୂଚନା ପ୍ରକାରେ , ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଗିରଫ ହୋଇଥିଲେ  ସୁରେନ୍ଦ୍ର । ଗତ ୮ ବର୍ଷ ଧରି ଭଂଜନଗର ସ୍ବତନ୍ତ୍ର ଉପ-କାରାଗାର ରେ ବିଚାରାଧିନ ବନ୍ଦୀ ଭାବେ ରହିଆସୁଥିଲେ ।  ଘଟଣା ପରେ  ଜେଲ୍ କତୃପକ୍ଷ ଭଂଜନଗର ଥାନା କୁ ଅବଗତ କରାଇବା ପରେ  ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ବୁଧବାର ପୂର୍ବାହ୍ନରେ ମୃତଦେହ ର ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୮/୨୦୨୨---୧୦-୨୦     Sakhigopal News,2/8/2022

Blog Archive

Popular Posts