ଏନ ସି ସି ନାଭାଲ ୟୁନିଟ ରେ ପାରଦର୍ଶିତା ଲାଭ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ
ବରଗଡ଼--- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଏନସିସି ନାଭାଲ ୟୁନିଟ୍ ଏକ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିଲେ। ଆଜି ଲରମ୍ଭା ଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ, ମେଜର ବିନୟ କୁମାର ନାୟକ, ସିଟିଓ ସରୋଜ କୁମାର ନାୟକ, ପ୍ରାଧ୍ୟାପକ କିଶୋର କୁମାର ହୋତା, ପ୍ରାଧ୍ୟାପକ ଡକ୍ଟର ଅମୃତା ସାମନ୍ତ, ପ୍ରାଧ୍ୟାପକ ଜୟା କୁମାରୀ ମିଶ୍ର, ଅଧ୍ୟାପକ ସିଦ୍ଧେଶ୍ଵର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଙ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ପାରଦର୍ଶିତା ଲାଭ କରିଥିବା ଓ ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରଷ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କୁନ୍ତି ଟୁଡୁ ପରିଚାଳନା କରିଥିଲେ। ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୨/୮/୨୦୨୨ Sakhigopal News,2/8/2022
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୨/୮/୨୦୨୨ Sakhigopal News,2/8/2022