ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର
Funeral from the unknown family
ବରଗଡ଼ ---- ୨୯ ତାରିଖ ସକାଳ ପ୍ରାୟ ୮ଟା ସମୟରେ ଜଣେ ବ୍ୟକ୍ତି ଙ୍କ ଶବ ନୂଆଁ ଗୁଡେଶିରା କେନାଲ ରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରିଥିଲେ। ତାଙ୍କ ବୟସ ପାଖାପାଖି ୫୦ ରୁ ୫୫ ବର୍ଷ ହେବ।ତାଙ୍କ ଶବ କୁ ଶବ ସଂରକ୍ଷଣ କକ୍ଷ ରେ ଦୀର୍ଘ ଚାରି ଦିନ ରଖାଯାଇଥିଲା।ବିଭିନ୍ନ ମିଡିଆ ରେ ଦେବା ସହ ଅନେକ ପ୍ରଚେଷ୍ଟା ପରେ ମଧ୍ଯ ତାଙ୍କ ର କୌଣସି ପରିଚୟ ମିଳି ପାରିଲା ନାହିଁ। ଶବ ର କୌଣସି ପରିଚୟ ନ ମିଳିବାରୁ ସଦର ଥାନା ପୋଲିସ ର ଅନୁରୋଧ ଓ ଅନୁମତି କ୍ରମେ thank you too ନିଷ୍ଠା ପରିବାର ତରଫ ରୁ ତାଙ୍କ ଶବ କୁ ସସମ୍ମାନେ ଆଜି ବରଗଡ଼ ନଦୀ ନିକଟ ସ୍ମଶାନ ରେ ତାଙ୍କର ଶବ ସତ୍କାର କରାଯାଇଥିଲା। ଏହି ମହତ୍ କାମ ରେ ନିଷ୍ଠା ପରିବାର ର ମାନସ ମେହେର, ରାଜେଶ , ଆତିସ ଦାସ, ମିନକେତନ ରାଉତ ଉପସ୍ଥିତ ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୮/୨୦୨୨ Sakhigopal News,2/8/2022