ଭୋଟର ସହିତ ଆଧାର ଲିଙ୍କ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସର୍ବ ଦଳୀୟ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବୈଠକ
Meeting of all parties and media representatives at Bhanjnagar sub division level for Aadhaar link with voters
ଭଞ୍ଜନଗର ---- ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ସହିତ ଆଧାର ଲିଙ୍କ କରିବା ନିମନ୍ତେ ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧ ସହ ଗଣମାଧ୍ୟ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ରାୟ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକପ୍ରତିନିଧି ଆଇନ -1950ୟ1951 ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି ତାହା ଅବଗତ କରାଇଥିଲେ । ଯାହାକି ଚଳିତ 2022 ମସିହା ଅଗଷ୍ଚ 1 ତାରିଖଠାରୁ କାର୍ଯ୍ୟକାରୀ ହେବ । ତା 01.04.2023 ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟର ମାନେ ସେମାନଙ୍କର ଆଧାର ନମ୍ଭର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଜଣାଇବେ। ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ଫର୍ମ 6 (ଖ) ପ୍ରଚଳନ କରାଯାଇଛି । ଏହି ଫର୍ମ ନିର୍ବାଚନ ଆୟୋଗଙ୍କ Websit:- ERONET, GARUDA,NVSP,VHA etc. ରେ ଉପଲବ୍ଧ । ଆଜିର ଏହି ବୈଠକରେ ସି.ପି.ଆଇ ପ୍ରତିନିଧି ଶ୍ରୀ ସୋମନାଥ ନାୟକ,ବିଜେପି ଦଳର ଶ୍ରୀ ସନ୍ତୋଷ କୁମାର ତିଆଡି ଏବଂ ଶ୍ରୀ ରଞ୍ଜନ କୁମାର ରାଉତ, କଂଗ୍ରେସ ର ଶ୍ରୀ ସନ୍ତୋଷ କୁମାର ନାୟକ, ବିଜେଡି ର ଶ୍ରୀ ରାଜେନ୍ଦ୍ର କୁମାର ପ୍ରଧାନ, ଏପିପି ର ଶ୍ରୀ ଗୋପାଳ ଚନ୍ଦ୍ର ବିଷୋୟୀ, ଧରିତ୍ରୀ ରସାମ୍ବାଦିକ ଶ୍ରୀ ବାବୁଲା ପ୍ରଧାନ, ସମ୍ବାଦ ର ଶ୍ରୀ ବିଶ୍ବମ୍ବର ଜେନା, ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉଦୟନାଥ ପଣ୍ଡା ପ୍ରବୂତି ସାମ୍ବାଦିକ ଗଣ ଏବଂ ରାଜନୈତିକ ଦଳର ପ୍ରତନିଧ ଗଣ ଯୋଗଦେଇ ଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ରାୟ ସମସ୍ତଙ୍କୁ ସଂଜକୀକରଣ , ରୂପାନ୍ତରିତ ପଞ୍ଜିକରଣ ଫର୍ମ ଉପରେ ବିସଦ ଭାବରେ ଆଲୋଚନା କରିଥିଲେ । ଏହାର ପ୍ରସାର ପାଇଁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଥିଲେ । ଏହି ବୈଠକରେ ଉପଖଣ୍ଡ ସୂଚନା ଲୋକସଂର୍ପକ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥି ଏବଂ ଉପଜିଲ୍ଲାପାଳ ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ଶ୍ରୀ ମୁକ୍ତିପଦ ନାୟକ ଓ ଶ୍ରୀ ଗଙ୍ଗାଧର ସାହୁ ଏବଂ ଆର. ସତ୍ୟନାରାୟଣ ରେଡୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୮/୨୦୨୨। -----୮,୫୫ Sakhigopal News,1/8/2022