ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମ୍ବଦ୍ଧିତ
Dedicated to the 10th class students of the Saraswati Children's Vidya Temple
ସାକ୍ଷୀଗୋପାଳ ---- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଏ-୧ ଓ ଏ-୨ରେ ଉତ୍ତିର୍ଣ୍ଣ ହୋଇଥିବା ୨୬ ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଫୁଲତୋଡା, ଉପଢ଼ୌକନ, ମାନପତ୍ର ଦେଇ ସମ୍ବଦ୍ଧିତ କରିଯାଇଥିଲା । ବିଦ୍ୟାଳୟର ୬୯ ଜଣ ଛାତ୍ର ଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ଏ-୧ରେ ୮ ଜଣ, ଏ-୨ରେ ୧୮ ଜଣ ପାସ କରିଛନ୍ତି । ସେମାନଙ୍କୁ ମଙ୍ଗଳବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ସମ୍ବଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ବିଦ୍ୟାଳୟର ଉନ୍ନତି କରଣ ନିମନ୍ତେ ନିଜ ହାତ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ । ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ଭଲପାଠ ପଢ଼ି ବିଦ୍ୟାଳୟର ନାମ ରଖିବା ସହିତ ସାକ୍ଷୀଗୋପାଳର ନାମ ରଖିବା ପାଇଁ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟନ୍ତ କୁମାର ତ୍ରିପାଠୀ, ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ପ୍ରଧାନ, ସଦସ୍ୟ ବାଉରୀ ବନ୍ଦୁ ସ୍ୱାଇଁ ଙ୍କ ସହିତ ପଞ୍ଚସଖା ବିଦ୍ୟାପୀଠ ବନପୁର ବିଦ୍ୟାଳୟର ଶିକ୍ଷକ ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁଜୀନବୀନ ଚନ୍ଦ୍ର ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୮/୨୦୨୨---୮,୪୦
Sakhigopal News , 2/8/2022